Odiapua.com

ନୟାଗଡ଼ କଲେଜ ପରିଚାଳନା କମିଟି ପୁନର୍ଗଠିତ

ନୟାଗଡ଼, ୩ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଅନୁମୋଦନ କ୍ରମେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ପରିଚାଳନା କମିଟି ପୁନର୍ଗଠିତ ହୋଇଛି। ଏହାର ସଭାପତି ଭାବେ ଅବସରପ୍ରାପ୍ତ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡ.ସୁରେଶ ଚନ୍ଦ୍ର ମିଶ୍ର ମନୋନୀତ ହୋଇଥିଲାବେଳେ ସଂପାଦକ ଭାବେ କଲେଜର ଅଧ୍ୟକ୍ଷ ପ୍ରଫେସର ସୁରେଶ ଚନ୍ଦ୍ର ପ୍ରଧାନ ରହିଛନ୍ତି। ସେହିପରି ଭାବେ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ, ଆଇନଜୀବୀ ଦାଶରଥି ସାହୁ, ରାଜେନ୍ଦ୍ର କୁମାର ସାମନ୍ତରାୟ, ଶ୍ରୀମତୀ ସୌଦାମିନୀ ସ୍ୱାଇଁ, ଏମ୍ ଆଉରଙ୍ଗଜେବ ଏବଂ କଲେଜ କର୍ମଚାରୀମାନଙ୍କ ମଧ୍ୟରୁ ଅଧ୍ୟାପକ ହିମାଂଶୁ ଶେଖର ପଟ୍ଟନାୟକ, ଅଧ୍ୟାପକ ଶିବ ପ୍ରସାଦ ଦାଶ, ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିନିଧି ଭାବେ ପ୍ରଫେସର ପି.କେ.ହୋତା ସଭ୍ୟଭାବେ ମନୋନୀତ ହୋଇଛନ୍ତି। ତେବେ ୟୁଜିସି ଏବଂ ଡି.ପି.ଆଇଙ୍କ ପ୍ରତିନିଧି ଭାବେ ଆଉ ଦୁଇଜଣ ସଭ୍ୟ ମନୋନୀତ ହେଲେ ଏକ ୧୨ଜଣିଆ ପୂର୍ଣ୍ଣାଙ୍ଗ କମିଟି ହେବ ବୋଲି ଜଣାପଡ଼ିଛି।