Odiapua.com

ନୟାଗଡ଼ ଏନଏସିରେ ୧୨ ରାଜସ୍ୱ ଗ୍ରାମ ସାମିଲ, ୩ପଂଚାୟତ ବାଦ୍

ନୟାଗଡ଼, ୧୬ା୬(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଏନଏସିରେ ନୂଆକରି ୧୨ଟି ରାଜସ୍ୱ ଗ୍ରାମ ସାମିଲ ହୋଇଥିଲାବେଳେ ୩ଟି ପଂଚାୟତ ଖୁଂଟୁବନ୍ଧ, ଘଡ଼ୁଆଳ ଓ ଭାଟସାହି ବାଦ୍ ପଡ଼ିଥିବା ଜଣାପଡ଼ିଛି। ଇତିମଧ୍ୟରେ ନୟାଗଡ଼ ଏନଏସିକୁ ମ୍ୟୁନିସିପାଲିଟି କରାଯିବାର ଯୋଜନା ଚିଠା ଏଠାରୁ ପ୍ରସ୍ତୁତ ହୋଇ ନଗରଉନ୍ନୟନ ବିଭାଗକୁ ଯାଇଥିବାବେଳେ ନଗରଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଯେଉଁ ୧୨ଟି ରାଜସ୍ୱ ଗ୍ରାମ ସାମିଲ ହୋଇଛି ସେଗୁଡ଼ିକ ହେଲା ତୁଳସୀପୁର, କଳାହାଣ୍ଡି, ମୁକ୍ତାପୁର, ବରପଲ୍ଲୀ, ଲକ୍ଷ୍ମୀପ୍ରସାଦ, ଜାମୁସାହି, ହରିହରପୁର, ନବଘନପୁର, ଲେଖନପୁର, ଧବଳେଇ, ଲେଙ୍କୁଡ଼ିପଡ଼ା ଓ ସିନ୍ଦୁରିଆ ଆଦି ଗ୍ରାମକୁ ସାମିଲ କରାଯାଇଥିବାବେଳେ ସହରକୁ ଲାଗିରହିଥିବା ଅନେକ ରାଜସ୍ୱ ଗ୍ରାମ ବାଦ ପଡ଼ିଛି। ଏବେ ନୟାଗଡ଼ର ଲୋକସଂଖ୍ୟା ୩୨ ହଜାରରୁ ଅଧିକ ଥିବାବେଳେ ୱାର୍ଡ଼ସଂଖ୍ୟା ୧୩ ରହିଛି ଓ ଏହି ୧୨ଟି ରାଜସ୍ୱ ଗ୍ରାମ ସାମିଲ ହେବାପରେ ୱାର୍ଡ଼ସଂଖ୍ୟା ବୃଦ୍ଧି ପାଇବ ବୋଲି କୁହାଯାଇଛି।