Odiapua.com

ନୟାଗଡ଼ ଏନଏସିରେ ସ୍ୱାୟତ୍ତ ଦିବସ ପାଳିତ

ନୟାଗଡ଼, ୨ା୯ (ଓଡ଼ିଆ ପୁଅ) : ନୟାଗଡ଼ ଏନ୍ଏସିରେ ସ୍ୱାୟତ୍ତ ଦିବସ ପାଳିତ ହୋଇଯାଇଛି। ଏନଏସି ଅଧ୍ୟକ୍ଷ ଗୁରୁପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ଡ.ଅରୁଣ କୁମାର ସାହୁ ମୁଖ୍ୟଅତିଥିଭାବେ ଯୋଗଦେଇଥିଲାବେଳେ ମୁଖ୍ୟବକ୍ତାଭାବେ ରଣପୁର ପୂର୍ବତନ ବିଧାୟକ ତଥା ନୟାଗଡ଼ ଏନଏସିର ପୂର୍ବତନ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ସମ୍ମାନୀତ ଅତିଥିଭାବେ ଏସପି ଶଶିଭୂଷଣ ଶତପଥୀ, ଏପିଡି ସନ୍ତୋଷୀ ସାହୁ, ବ୍ଳକ ଅଧ୍ୟକ୍ଷା ଗୋଲାପ ଦଳବେହେରା ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ସ୍ୱାୟତ୍ତ ଦିବସର ତାତ୍ପର୍ଯ୍ୟ ଉପରେ ମୁଖ୍ୟଅତିଥି ଶ୍ରୀ ସାହୁ ବକ୍ତବ୍ୟ ରଖିଥିବାବେଳେ ନୟାଗଡ଼ ଏନଏସିକୁ ୧ ନଂ କରିବାରେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ।