Odiapua.com

ନୟାଗଡ଼ର ଜଣେ ଡାକ୍ତର ଓ ଗଣିଆ ବ୍ଳକର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ

ନୟାଗଡ଼, ୧୧ା୭: ( ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ଯେଉଁ ନୂଆ ୩୭ କରୋନା ଚିହ୍ନଟ ହୋଇଛି ସେମାନଙ୍କ ମଧ୍ୟରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ଜନୈକ ଡାକ୍ତର ଓ ଗଣିଆ ବ୍ଳକର ଜନୈକ କର୍ମଚାରୀ ରହିଥିବା ଜଣାପଡ଼ିିଛି। ଡାକ୍ତର ଜଣକ ୨ମାସ ହେଲା ନୂଆକରି ନୟାଗଡ଼ ମୁଖ୍ୟ ଡାକ୍ତରଖାନାରେ ଯୋଗଦାନ କରିଥିଲାବେଳେ ତାଙ୍କ ଘର ଶରଣକୁଳ ହରିହରପୁର କରଡ଼ା ଶାସନ ବୋଲି ଜଣାପଡ଼ିଛି। ଗଣିଆ ବ୍ଳକର ବିଡିଓ ଓ କର୍ମଚାରୀ ଗୃହ ସଙ୍ଗରୋଧରେ ରହିଥିବା ଜଣାପଡ଼ିଛି। ଏପରି ସ୍ଥିତିକୁ ନେଇ କରୋନା ଭୟାଭହତା ବଢିଯାଇଛି।