Odiapua.com

ନୟାଗଡ଼ରେ ୭୨ତମ ସାଧାରଣତନ୍ତ୍ର ଦିବସ କୋଭିଡ୍ କଟକଣା ଭିତରେ ପାଳିତ: ନୟାଗଡ଼ ସ୍ୱାଧୀନତା ସଂଗ୍ରାମର ବୀରଗାଥା ଅବିସ୍ମରଣୀୟ-ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ

ନୟାଗଡ଼, ୨୭ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲା ପୋଲିସ ଟ୍ରେନିଂ ସ୍କୁଲ ଠାରେ ୭୨ତମ ସାଧାରଣତନ୍ତ୍‌ର ଦିବସ ସରକାରଙ୍କ କୋଭିଡ୍ କଟକଣା ଭିତରେ ପାଳିତତ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ମନ୍ତ୍ରୀ ଶ୍ରୀଯୁକ୍ତ ସାରକା ନୟାଗଡ଼ର ଜନସାଧାରଣଙ୍କୁ ଅଭିବାଦନ ଜଣାଇବା ସଂଗେ ସଂଗେ ସ୍ୱାଧୀନତା ସଂଗ୍ରାମରେ ନୟାଗଡ଼ର ଅବଦାନ ସାରା ବିଶ୍ୱରେ ଅବିସ୍ମରଣୀୟ ବୋଲି କହିବା ସହିତ ନୟାଗଡ଼ର ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବୀରଗୌରବ ଗାଥା, କଳା କୌଶଳ, ସାହିତ୍ୟ, ସଂସ୍କୃତି, ଗଣିତ, ପର୍ଯ୍ୟଟନ କ୍ଷେତ୍ରରେ ନୟାଗଡ଼ର ଅବଦାନ ଭୁଲିବାର ନୁହେଁ ବୋଲି କହିଥିଲେ। ଏହି ଅବସରରେ ପ୍ରତ୍ୟୁଷରୁ ରାମଧୂନ୍, ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ପତାକା ଉତ୍ତୋଳନ, ତ୍ରିନାଥ ଛକ ଠାରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟର୍ପଣ କରାଯାଇଥିଲା। ଏହି ପରିପେକ୍ଷୀରେ ଜିଲା କାରାଗାର ଅନ୍ତେବାସୀ କଏଦୀମାନଙ୍କୁ ମୁଖ୍ୟ ଅତିଥୀଙ୍କ ଦ୍ୱାରା ମିଷ୍ଟାନ୍ନ ବଣ୍ଟନ ଓ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି ପରିପ୍ରେକ୍ଷିରେ ବିଭନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରଷ୍କୃତ କରାଯାଇଥିଲା। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଡ.ପୋମା ଟୁଡୁ, ଏସପି ସିଦ୍ଧାର୍ଥ କଟାରିଆ ଉପସ୍ଥିତି ଥିଲାବେଳେ ଜିଲା ଓ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ.ପ୍ରମୋଦ କୁମାର ନାୟକ ସଂଯୋଜନା କରିଥିଲେ। ସେହିପରି ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ସ୍ୱାଧୀନତା ଦିବସ ଆନନ୍ଦ ଉଲ୍ଲାସ ସହକାରେ ପାଳିତ ହୋଇଯାଇଛି।