Odiapua.com

ନୟାଗଡ଼ରେ ୬୫ ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହେଲେ ୨୧

ନୟାଗଡ଼, ୩୧- ୫ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୫ରେ ପହଂଚିଥିବାବେଳେ ସେଥିମଧ୍ୟରୁ ରବିବାର ସୁଦ୍ଧା ୨୧ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ୧୦ଜଣ ସୁସ୍ଥ ହୋଇଥିବାବେଳେ ଆଜି ୧୧ଜଣ ସୁସ୍ଥ ହୋଇଛନ୍ତି ହୋଇଥିବା ଖବର ମିଳିଛି। ବର୍ତ୍ତମାନ ସୁଦ୍ଧା ନୟାଗଡ଼ ଜିଲାର ନୟାଗଡ଼ ବ୍ଳକରୁ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଭାପୁର ବ୍ଳକରୁ ଜଣେ, ରଣପୁରରୁ ୧୧, ଓଡ଼ଗାଁରୁ ୨୬, ନୂଆଗାଁରୁ ୬, ଦଶପଲ୍ଲାରୁ ୪, ଗଣିଆରୁ ୫ ଓ ଖଣ୍ଡପଡ଼ା ବ୍ଳକରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରବିବାର ଯେଉଁ ୧୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ସେମାନେ ସମସେ ଭୁବନେଶ୍ୱର ସମ୍ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଏହି ୧୧ ସୁସ୍ଥ ଙ୍କ ମଧ୍ୟରୁ ୧୦ଜଣ କୁରାଳ ସଙ୍ଗରୋଧ କେନ୍ଦ୍ରର ହୋଇଥିବାବେଳେ ଜଣେ ସୁନାମୁହିଁ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାପଡ଼ିଛି। ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତମାନେ ୧୪ ଦିନ ଆଇସୋଲେସନରେ ରହିବେ। ତେବେ ଅନ୍ୟ ୪୪ଜଣ ଆକ୍ରାନ୍ତଙ୍କ ଅବସ୍ଥା ଭଲ ଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।