ନୟାଗଡ଼, ୬ା୫ (ଓଡ଼ିଆ ପୁଅ) : କରୋନା ସଂକ୍ରମଣକୁ ନେଇ ସରକାର ଚିନ୍ତା ପ୍ରକଟ କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ବିଶ୍ୱରେ, ଦେଶରେ ଏପରିକି ରାଜ୍ୟରେ କୋଭିଡ ଆତଙ୍କ ବଢିବାରେ ଲାଗିଛି। ନୟାଗଡ଼କୁ ପ୍ରବାସୀ ଓଡ଼ିଆଙ୍କ ସୁଅ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଆଗକୁ ନୟାଗଡ଼ର ସଂକ୍ରମଣ ସ୍ଥିତି କ’ଣ ହେବ ତାହା କହିବା ମଧ୍ୟ ସମୀଚିନ ହୋଇପଡ଼ିଛି। ତଥାପି ଜିଲାପ୍ରଶାସନ ପ୍ରବାସୀ ଓଡ଼ିଆଙ୍କ ପାଇଁ ରହିବା, ଖାଇବା ଉପରେ ଗୁରୁତ୍ୱ ଦେଇ ସଂଗରୋଧ ଗୃହକୁ ତୀକ୍ଷ୍ମଣ ନଜରରେ ରଖିଛନ୍ତି।
ଏହି ପରିପ୍ରେକ୍ଷିରେ ୫ଟି ସଚିବ ଭି କେ ପାଣ୍ଡିଆନ ଓ ଉନ୍ନୟନ କମିଶନ ସୁରେଶ ଚନ୍ଦ୍ର ମହାପାତ୍ର ନୟାଗଡ଼ ଜିଲାର ଚାନ୍ଦପୁରସ୍ଥିତ କୋଭିଡ ହସପିଟାଲ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ୨୦୦ଶଡ ଶଯ୍ୟା ବିଶିଷ୍ଟ ୧୦ଟି ଆଇସିୟୁ ଓ ଭେଂଟିଲେଟର ବିଭିନ୍ନ ୱାର୍ଡ଼ ବୁଲି ଦେଖିଥିଲେ। ଜିଲାରେ ଥିବା କୋଭିଡ୍ ସେଂଟରମାନଙ୍କରେ ଅବସ୍ଥା କିପରି ଅଛି ବୋଲି ଜିଲାପାଳ ଡ.ପୋମା ଟୁଡୁ, ଏସ ପି ପ୍ରତ୍ୟୁଷ ଦିବାକର ଓ ସିଡିଏମଓ ଡ.ଶ୍ୱେତ କୁମାର ମହାପାତ୍ରଙ୍କୁ ପଚାରି ବୁଝିଥିଲେ।
ସଚିବଙ୍କ ଗସ୍ତ କାଳରେ ଅନ୍ୟମାନଙ୍କ ମଧ୍ୟରେ ଚାନ୍ଦପୁର କୋଭିଡ-୧୯ ହସପିଟାଲର ଅଧିକ୍ଷକ ଡା ବି.ସୁର୍ଯ୍ୟ ରାଓଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି କୋଭିଡ-୧୯ ହସପିଟାଲରେ ୧୩ଜଣ ଡାକ୍ତରଙ୍କ ନିଯୁକ୍ତି ସହ ଶହେ ଜଣ ବୈଷୟିକ ଜ୍ଞାନ କୌଶଳକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ନୟାଗଡ଼ ଶୂନ୍ୟ ସଂକ୍ରମଣ ଥିଲେ ମଧ୍ୟ ସାମାଜିକ ଦୂରତ୍ୱ ସହ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ କଟକଣାକୁ ଗୁରୁତ୍ୱ ଦେବା ଉପରେ ଆଲୋଚନା ହୋଇଥିଲା।