Odiapua.com

ନୟାଗଡ଼ରେ ମାସ୍କ ନାକ ଉପରକୁ ପିନ୍ଧିବାକୁ ତାଗିଦ୍‌

ନୟାଗଡ଼, ୭ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ରେ ବିନା ମାସ୍କରେ ବୁଲୁଥିବା ଓ ନାକ ଉପରକୁ ମାସ୍କ ନପିନ୍ଧି ବୁଲୁଥିବା ଅମାନିଆକୁ ସାବାଡ଼ କରିବା ପାଇଁ ଗଠନ ହୋଇଛି ଟିମ୍। ଯେଉଁମାନେ ନିୟମ ନମାନି ବୁଲିବେ ସେମାନଙ୍କୁ ତାଗିଦ୍ କରାଯିବା ସହିତ ସେମାନଙ୍କଠାରୁ ଟିମ୍ ଜରିମାନା ଆଦାୟ କରିଛି। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଜିଲାପାଳ ଯେଉଁ ଟିମ୍ ଗଠନ କରିଛନ୍ତି ଏହାର ଦାୟିତ୍ୱ ଦେଇଛନ୍ତି ଉପଜିଲାପାଳ ଲଗ୍ନଜିତ ରାଉତଙ୍କୁ। ଏହି ଟିମ୍‌ର ଲିଡରଭାବେ ନୟାଗଡ଼ ଟାଉନଥାନାର ଏଏସ ଆଇ ଧର୍ମେନ୍ଦ୍ର ଶିଆଳଙ୍କୁ ଦିଆଯାଇଥିଲାବେଳେ ଏହି ଟିମ୍‌ରେ ୪ଜଣ ପୁଲିସ କର୍ମଚାରୀ ଅଛନ୍ତି। ମଙ୍ଗଳବାର ଟ୍ରାଫିକ ଛକରେ ଚଢାଉ କରାଯାଇ ଅମାନିଆଙ୍କ ଠାରୁ ଜରିମାନା ଆଦାୟ ହୋଇଛି। ଚଢାଉବେଳେ ଉପଜିଲାପାଳ ଲଗ୍ନଜିତ ରାଉତ ଓ ତହସିଲଦାର ଭିକାର ସାହୁ ଉପସ୍ଥିତ ଥିଲେ।