Odiapua.com

ନୟାଗଡ଼ରେ ମାଟ୍ରିକ ପାଶ୍ ହାର ରେକର୍ଡ଼ ସଂଖ୍ୟକ ୯୨.୦୫ ପ୍ରତିଶତ

Representative Image

ନୟାଗଡ଼, ୬ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ଚଳିତ ବର୍ଷ ରେକର୍ଡ଼ ସଂଖ୍ୟକ ପାଶ୍ ହାର ହୋଇଥିବାବେଳେ ରେଗୁଲାର ପାସ୍ ହାର ୯୨.୦୫ ରହିଛି। ଜିଲ୍ଳାରେ ୨୩୧ ଟି ହାଇସ୍କୁଲର ୧୨ ହଜାର ୬୮୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ ହଜାର ୬୭୭ ଜଣ ପାଶ୍ କରିଛନ୍ତି। ସେଥିମଧ୍ୟରୁ ୭୫୫ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲାବେଳେ ପରୀକ୍ଷାରେ ଅନିୟମିତତା ଯୋଗୁଁ ୧୨ଜଣ ଏମ୍ ପି ହୋଇଥିଲେ। ଏଥିମଧ୍ୟରୁ ଏ-୧ ଗ୍ରେଡ଼ରେ ୨୨୪ ଜଣ, ଏ-୨ ଗ୍ରେଡରେ ୧୨୩୩ ଜଣ, ବି-୧ରେ ୨୬୦୬ ଜଣ, ବି-୨ରେ ୩୩୨୬, ସି ଗ୍ରେଡରେ ୨୬୨୦, ଡି ଗ୍ରେଡରେ ୧୨୯୧, ଇ ଗ୍ରେଡରେ ୩୭୭ ଜଣ ପାଶ୍ କରିଥିଲାବେଳେ ଏଫ୍‌ରେ ୨୪୨ ଜଣ ରହିଛନ୍ତି। ଼ ଜିଲ୍ଲାରେ ରେଗୁଲାର ସମୁଦାୟ ପାଶ୍ ହାର ୯୨.୦୫ ପ୍ରତିଶତ ହୋଇଛି। ସେହିପରି ଏଳ୍ସରେଗୁଲାରରେ ୧୬ଟି ବିଦ୍ୟାଳୟର ୨୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲାବେଳେ ସେଥିମଧ୍ୟରୁ ଡି-ଗ୍ରେଡରେ ୨ଜଣ, ଇ ଗ୍ରେଡରେ ୨ ଜଣ ଏମିତି ୨ଜଣ ଛାତ୍ରୀ ଓ ୨ଜଣ ଛାତ୍ର ପାଶ୍ କରିଥିଲେ। ଏଥିରେ ୮ଜଣ ଫେଲ୍ ହୋଇଥିଲେ ଓ ୮ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ ଏବଂ ପାଶ୍ ହାର ୨୦.୦% ରହିଥିଲା। କରେସ୍‌ପଣ୍ଡେଂଟ କୋର୍ସ ରେଗୁଲାରରେ ୬ଜଣ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିଥିଲାବେଳେ ଜଣେ ଅନୁପସ୍ଥିତ ରହିଥିଲେ। ସେଥିମଧ୍ୟରୁ ଡି ଗ୍ରେଡରେ ଜଣେ, ଇ ଗ୍ରେଡରେ ୪ଜଣ ଏମିତି ୩ଜଣ ଛାତ୍ର ଓ ୨ଜଣ ଛାତ୍ରୀ ପାଶ୍ କରିଥିଲେ। ଯାହାକି ପରୀକ୍ଷା ହାର ୮୩.୩୩ ପ୍ରତିଶତ ରହିଥିଲା। ସେହିପରି କରେସ୍‌ପଣ୍ଡେଂଟ କୋର୍ସ ଏଳ୍ସରେଗୁଲାରରେ ୨ଜଣ ଛାତ୍ରଛାତ୍ରୀ ଫର୍ମଫିଲ୍‌ଅପ୍ କରିଥିଲେ ଓ ସେଥିମଧ୍ୟରୁ ଇ ଗ୍ରେଡରେ ଜଣେ ଛାତ୍ର ପାଶ୍ କରିଥିଲେ ଓ ପରୀକ୍ଷା ପାଶ୍ ହାର ୫୦.୦% ରହିଥିଲା। ଏପରି ସମୁଦାୟ ଦେଖିବାକୁ ଗଲେ ଜିଲ୍ଲାରେ ୨୩୧ ବିଦ୍ୟାଳୟରୁ ରେଗୁଲାରରେ ୧୨ହଜାର ୬୮୬ ଛାତ୍ରଛାତ୍ରୀ, ଏକ୍ସ ରେଗୁଲାରରେ ୨୦ଜଣ ଓ ସିସିରେ ୮ଜଣ ଏମିତି ୮୧ଟି ସେଂଟର ଓ ୬ଟି ନୋଡାଲ ସେଂଟରରେ ସମୁଦାୟ ୧୨ହଜାର ୭୧୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଉଲ୍ଲେଖଯୋଗ୍ୟ ଗତବର୍ଷ ମାଟ୍ରିକ୍ ପରୀକ୍ଷା ଫଳାଫଳ ୯୨.୫୦ ପ୍ରତିଶତ ରହିଥିଲା।