Odiapua.com

ନୟାଗଡ଼ରେ ବୃକ୍ଷୋରୋପଣ କାର୍ଯ୍ୟକ୍ରମ

ନୟାଗଡ଼, ୩ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ମତେ ନୟାଗଡ଼ ଜିଲ୍ଲା ଆଇନ୍ ସେିବା ପ୍ରାଧିକରଣ ଓ ବନ ବିଭାଗର ମିଳିତ ଉଦ୍ୟମରେ ସ୍ଥାନୀୟ ଦମକଳ କାର୍ଯ୍ୟାଳୟ ପରିସରରେ ବୃକ୍ଷୋରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଛି। ଜିଲ୍ଲା ଓ ଦୌରାଜଜ୍ ରୂପଶ୍ରୀ ଚୌଧୁରୀ ଏବଂ ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀ ଓ କୋର୍ଟର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପରିବେଶରେ ସବୁଜ ବଳୟ ସୃଷ୍ଟି କରିବା ପାଇଁ ଚାରାରୋପଣ ହିଁ ଏକମାତ୍ର ପନ୍ଥା ବୋଲି ଆଲୋଚନା ହେବା ସହ ଚାରା ରୋପଣ କରିବାରେ ଅନ୍ୟମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି କୁହାଯାଇଥିଲା।