Odiapua.com

ନୟାଗଡ଼ରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ଜଗନ୍ନାଥ ସାରକା

ନୟାଗଡ଼, ୨୩ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି ଉନ୍ନୟନ, ସଂଖ୍ୟଲଘୁ ସଂପ୍ରଦାୟ ଓ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ପତାକା ଉତ୍ତୋଳନ କରିବେ। ମନ୍ତ୍ରୀ ଶ୍ରୀ ସାରକା ମୁଖ୍ୟଅତିଥି ଭାବେ ନୟାଗଡ଼ ପିଟିଏସ୍ ଗ୍ରାଉଣ୍ଡ୍ ଠାରେ ଯୋଗଦେଇ ଅଭିବାଦନ ଗ୍ରହଣ କରିବା ସହିତ କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରଷ୍କୃତ କରିବେ। ଜିଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଉଥିବା ଏହି ଦିବସକୁ ନିରାଡ଼ମ୍ବର ସହକାରେ ପାଳନ କରାଯିବ ବୋଲି କୁହାଯାଇଛି।