Odiapua.com

ନୟାଗଡ଼ରେ ନ୍ୟାୟ ସଂଯୋଗ କେନ୍ଦ୍ର ଉଦ୍ଘାଟିତ

ନୟାଗଡ଼, ୧୦ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) :ନୟାଗଡ଼ରେ ନ୍ୟାୟ ସଂଯୋଗ କେନ୍ଦ୍ର ଭାରତର ଉଚ୍ଚତମ ନ୍ୟାୟଳୟର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଭିଡିଓ କନଫେରେନ୍ସି ମାଧ୍ୟମରେ ଉଦ୍ଘାଟିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ସ୍ଥାୟୀ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଟକ ଠାରେ ଅନୁଷ୍ଠିତ ହେବା ଅବସରରେ ମାନ୍ୟବର ନ୍ୟାୟମୂର୍ତ୍ତୀ ଭାରତର ଊଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଦ୍ୱାରା ଊଦ୍ଘାଟିତ ହେବା ପରିପ୍ରେକ୍ଷିରେ ଓଡ଼ିଶାର ନୟାଗଡ଼ ସମେତ ୩୦ଟି ଗୋଟି ଜିଲ୍ଲାରେ ନ୍ୟାୟ ସଂଯୋଗ କେନ୍ଦ୍ର ଊଦ୍ଘାଟିତ ହୋଇଛି। ନୟାଗଡ଼ ଜିଲ୍ଲା ଅଦାଲତର ପ୍ରଥମ ମହଲାର ଆଇନ ସେବା ପ୍ରାଧିକରଣ ସମ୍ମୁଖ କାର୍ଯ୍ୟାଳୟର ପରିସରରେ ଏହି ନ୍ୟାୟ ସଂଯୋଗ କେନ୍ଦ୍ର ଉଦ୍ଘାଟିତ ହୋଇଛି। ଜନସାଧାରଣଙ୍କୁ ତ୍ୱରିତ ଆଇନ ସେବା ଓ ନିଶୁଳ୍କ ଆଇନ ସେବା, ସାହାର୍ଯ୍ୟ ଓ ପରାମର୍ଶ ଯୋଗାଇଦେବାପାଇଁ ଜିଲ୍ଳାବାସୀ ନିଜ ନିଜର ଦରଖାସ୍ତକୁ ଇମେଲ ମାଧ୍ୟମରେ କିମ୍ବା ଦୂରାଭାଷ ୦୭୭୫୩-୨୫୩୩୯୧, ୨୫୩୩୯୩ କୁ ଯୋଗାଯୋଗ କଲେ ନ୍ୟାୟ ସଂଯୋଗ କେନ୍ଦ୍ରରେ ମହଜୁଦ୍ ଥିବା ଦକ୍ଷ ଆଇନଜୀବୀ ଏବଂ ଆଇନ ସହାୟତା କର୍ମୀ ସହଯୋଗ କରିବା ସହିତ ପଠାଇଥିବା ଦରଖାସ୍ତକୂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନ ସେବା ପ୍ରାଧିକରଣ ସଚିବଙ୍କ ପାଖକୁ ପଠାଇ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇିଁ ବିଧି ବ୍ୟବସ୍ଥା କରିବେ ବୋଲି ଜିଲ୍ଳା ଜଜ୍ ଅଶାନ୍ତ କୁମାର ଦାଶ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପାରିବାରିକ ଅଦାଲତ ଜଜ୍ ରାଜେଶ ଏକ୍କା, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଲୋକନାଥ ସାହୁ, ସୁଶାନ୍ତ ପାଲିନ୍ ସଚିବ, ସୂନିତା ଖଣ୍ଡେଲୱାଲ୍, ଜେଏମଏଫସି ସୌଭାଗ୍ୟ ପ୍ରଧାନ, ଆଇନଜୀବୀ ସଞ୍ଜୟ କୁମାର ନାଏକ, ଆଇନସହାୟତା କର୍ମୀ ଲିପ୍ସା ଦାସ, ପ୍ରାଧିକରଣଙ୍କ ସମସ୍ତ କର୍ମଚାରୀ, ସିଷ୍ଟମ ଅଫିସର ପ୍ରମୁଖ ଉପସ୍ଥିତ ହୋଇ ସହାୟତା କରିଥିଲେ। ଜନସାଧାରଣ ଏହି କେନ୍ଦ୍ରର ସୁବିଧା ସୁଯୋଗ ନେବାକୁ ଜିଲ୍ଲା ଜଜ୍ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି।