Odiapua.com

ନୟାଗଡ଼ରେ ଦୈନିକ ୨ଶହ ଉପରେ ଆକ୍ରାନ୍ତଙ୍କ ସଂଖ୍ୟା                                                                                   କରୋନା ଟେଷ୍ଟ ଭୟରେ ବେସରକାରୀ ଚିକିତ୍ସାଳୟରେ ପୀଡ଼ିତାଙ୍କ ଭିଡ଼

ନୟାଗଡ଼, ୬ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ୨ଶହ ଉପରେ ରହୁଛି। ଗୁରୁବାର ଏକକାଳୀନ ଜିଲ୍ଲାରେ ୨୨୪ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛି। ସରକାରୀଭାବେ ଏହା ୨୨୪ ଥିଲାବେଳେ କିନ୍ତୁ ଏହା ଆହୁରି ଅଧିକ ଥିବା ଆଶା କରାଯାଉଛି। ସହର ଅପେକ୍ଷା ଏବେ ଗାଁ ଗାଁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁ ମାତ୍ରାରେ ବଢୁଥିବାରୁ ଗ୍ରାମାଚଂଳ ଲୋକେ ଅଧିକ ଭୟଭିତ ହୋଇ ପଡ଼ିଛନ୍ତି। ବହୁ ସଂଖ୍ୟାରେ ଲୋକ ଜ୍ୱରରେ ପଡ଼ିଥିବାବେଳେ କରୋନା ପଜିଟିଭ୍ ବାହାରିବା ଭୟରେ କରୋନା ଟେଷ୍ଟ କରୁନଥିବା ଦେଖାଯାଉଛି। କେବଳ ସରକାରୀ ଚିକିତ୍ସାଳୟକୁ ଯେଉଁମାନେ ଯାଉଛନ୍ତି ସେମାନେ କରୋନା ଟେଷ୍ଟ କରିବାକୁ ବାଧ୍ୟ ହେଉଛନ୍ତି। ନହେଲେ ବାହାରେ ଅଧିକାଂଶ ଲୋକେ ଜ୍ୱରରେ ପିଡିତ ହୋଇ ବେସରକାରୀ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦେଖାକରି ମେଡିସିନ୍ ଧରି ବିନା କରୋନା ଟେଷ୍ଟରେ ଘରକୁ ଫେରୁଥିବା ଅଭିଯୋଗ ହେଉଛି। ଯାହାକି କରୋନା ସଂକ୍ରମିତ ସଂଖ୍ୟା ବଢୁଥିବା କୁହାଯାଉଛି। ଆଜି ଭାପୁର ବ୍ଳକରେ ୨ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିବାବେଳେ ଦଶପଲ୍ଲା ବ୍ଳକରେ ୨୩, ଗଣିଆରେ ୩, ଖଣ୍ଡପଡ଼ାରେ ୫, ନୟାଗଡ଼ରେ ୫୫, ନୂଆଗାଁରେ ୨୩, ଓଡ଼ଗାଁରେ ୪୮, ରଣପୁରରେ ୨୬ ଓ ନୟାଗଡ଼ ମ୍ୟୁନିସିପାଲିଟିରେ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  ଜିଲ୍ଲାରେ ଆଜିଯାଏଁ ସମୁଦାୟ ୧୮୩୮ ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଜିଲ୍ଳାରେ ଏବେ କରୋନା ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୩୦ଟି ଶଯ୍ୟା ଥିବା ୯ଟି ସଙ୍ଗରୋଧ କେନ୍ଦ୍ର ବ୍ଳକ ସଦର ମହକୁମା ଓ ନୟାଗଡ଼ ମ‌୍ୟୁନିସିପାଲିଟି ଅଂଚଳରେ ଖୋଲ।।ଯାଇଛି। ଏତଦ୍‌ବ୍ୟତୀତ ଖଣ୍ଡପଡ଼ା ଓ ଚାନ୍ଦପୁର ଠାରେ ୨ଟି କୋଭିଡ ହସ୍‌ପିଟାଲକୁ କାର୍ଯ୍ୟକ୍ଷମ କରାଯାଇଛି। ଖଣ୍ଡପଡ଼ାରେ ଅମ୍ଳଜାନ ସୁବିଧା ଥାଇ ୧୨୫ ଶଯ୍ୟା ଓ ଚାନ୍ଦପୁର ଠାରେ ୧୦୦ ସାଧାରଣ ଶଯ୍ୟା, ୧୬ଟି ସ୍ୱତନ୍ତ୍ର ଯତ୍ନ କେନ୍ଦ୍ର ଶଯ୍ୟା ଏବଂ ୨୪ଟି ଉପ ସ୍ୱତନ୍ତ୍ର ଯତ୍ନ ଶଯ୍ୟା ରହିଛି। ଏତଦ୍‌ବ୍ୟତୀତ ନୟାଗଡ଼ ପିଟିଏସ୍‌, ଲାଠିପଡ଼ା, ଓଡ଼ଗାଁ, ଦଶପଲ୍ଲା ଓ ରଣପୁରରେ ଏହି କୋଭିଡ କେୟାର ସେଂଟର ଖୋଲାଯାଇଛି। ଗତଥର ଅପେକ୍ଷା ଏଥର କରୋନା ରେ।।ଗୀମାନଙ୍କୁ କୋଭିଡ୍ ସେଂଟରକୁ ନନେଇ ଘରେ ରହିବାକୁ ପରାମର୍ଶ ଦିଆଯାଉଥିବା ଅଭିଯୋଗ ହେଉଛି। ଯାହାକି ଆକ୍ରାନ୍ତଙ୍କ ପରିବାର ସହଜରେ ଆକ୍ରାନ୍ତ ହେଉଥିବା କୁହାଯାଉଛି। ଏଯାଏଁ କରୋନା ମୃତକଙ୍କ ବିଷୟରେ ଘୋଷଣା କରାଯାଉନଥିବା ଅଭିଯୋଗ ଉଠୁଥିବାବେଳେ ବେସରକାରୀ ଚିକିତ୍ସାଳୟରେ ରୋଗୀଙ୍କୁ ଚିକିତ୍ସା କରିବା ପୂର୍ବରୁ କରୋନା ଟେଷ୍ଟ ହେଉନଥିବାରୁ ଏଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ହେଉଛି।