Odiapua.com

ନୟାଗଡ଼ରେ ଜୁଏଲାରୀ ଖୋଲିଲା

ନୟାଗଡ-୧୧ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ରେ ଜନୈକ ସୁନା ବ୍ୟବସାୟୀ ଓ ତାଙ୍କ ପୁଅ କରୋନା ସଂକ୍ରମିତ ପରେ ଏହା ପୌରାଚଂଳର ଅନେକ ଲୋକଙ୍କୁ ସଂକ୍ରମଣ ହୋଇଥିଲା। ଅଧିକ ସଂକ୍ରମଣ ହେବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ସହରରେ ଥିବା ସବୁ ଜୁଏଲାରୀକୁ ବନ୍ଦ କରି ଦିଆଯାଇଥିଲା। ଅନ୍ୟାଦେଶ ପର୍ଯ୍ୟନ୍ତ ଜୁଏଲାରୀ ଖୋଲାଯାଇ ପାରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ରୋକ କରାଯାଇଥିଲା। ହେଲେ ଜନସାଧାରଣଙ୍କ ସୁବିଧାକୁ ଦେଖି ଜିଲାପାଳ ଡ-ପୋମା ଟୁଡୁ ଜୁଏଲାରୀ କରୋନା କଟକଣା ଭିତରେ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାହକମାନେ ସାମାଜିକ ଦୂରତ୍ୱ ସହ ମାସ୍କ ପିନ୍ଧି ଜୁଏଲାରୀ ଭିତରେ କମ୍ ସଂଖ୍ୟକ ପ୍ରବେଶ ପାଇଁ ଅନୁମତି ପାଇବା ପରେ ପ୍ରାୟ ଜୁଏଲାରୀ ଖୋଲିଥିବା ଦେଖିବାକୁ ମିଳିଛି। ହେଲେ ଅନ୍ୟ ଜୁଏଲାରୀ ଖୋଲୁଥିଲେ ମଧ୍ୟ ବିଶିଷ୍ଠ ସୁନା ଗହଣା ବ୍ୟବସାୟୀଙ୍କ ଜୁଏଲାରୀ ବନ୍ଦ ରହୁଥିବା ଦେଖିବାକୁ ମିଳୁଛି। ଗ୍ରାହକମାନେ ଗହଳି ଚହଳି ନକରି ସୁନା ଗହଣା କ୍ରୟ କରୁଥିବା ଦେଖିବାକୁ ମିଳୁିଛି।