Odiapua.com

ନୟାଗଡ଼ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର

ନୟାଗଡ଼, ୦୧/୧୦ (ସୁରେନ୍ଦ୍ରନାଥ ପ୍ରଧାନ)- ଆଜ ସକାଳ ଘ.୧୦.୩୦ମି. ସମୟରେ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଜିଲ୍ଲାପାଳ ଡା. ଏନ.ତିରୁମାଲା ନାୟକ୍ଙ୍କ ଦ୍ୱାରା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଡା. ନାୟକ୍ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ। ବ୍ୟକ୍ତିଭାବେ ୧୪୫ଟି ଅଭିଯୋଗ ଶୁଣି ତାହାର ଫଇସଲା କରିଥିଲେ। ସେହିପରି ଗ୍ରାମ ସମସ୍ୟା ଉପରେ ୧୮ଟି ଅଭିଯୋଗ ଶୁଣି ତାହାର ସମାଧାନ କରିଥିଲେ। ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍ ଯୋଜନାରେ ୧୬ଜଣଙ୍କୁ ମୋଟ ଟ.୧୬୫୦୦୦/- ପ୍ରଦାନ କରାଯାଇଛି। ଏହି ଜନଶୁଣାଣି ଶିବିରରେ ଜିଲ୍ଲାର ସମସ୍ତ ପଦାଧିକାରୀ, ଲାଇନ ବିଭାଗର ସମସ୍ତ ଅଧିକାରୀମାନଙ୍କ ସହିତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶଶିଭୁଷଣ ଶତପଥି, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନାମ ଚରଣ ପାତ୍ର, ଉପଜିଲ୍ଲାପାଳ ଶ୍ରୀ ଜିତେନ୍ଦ୍ର କୁମାର ସାହୁ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଗୁଡ଼ିକ ସମାଧାନ କରିଥିଲେ।