Odiapua.com

ନୟାଗଡ଼ରେ କ୍ଷୁଦ୍ର ଲୋକ ଅଦାଲତ: ୯ ମୋଟର ଦୁର୍ଘଟଣା, ୧୬ ବୈବାହିକ, ୪ ଚେକ୍ ବାଉନ୍ସ ମାମଲା ଫଇସଲା

ନୟାଗଡ଼, ୧୩ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ କୋର୍ଟ ପରିସରରେ ରବିବାର ଜିଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ମାଇକ୍ରୋସ୍ତରୀୟ ଇ-ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୬ଗୋଟି ଗାଡ଼ି ମୋଟର ଦୁର୍ଘଟଣା ମାମଲା ଆଗତ ହୋଇ ସେଥିମଧ୍ୟରୁ ୯ଗୋଟି ମାମଲାରୁ ଫଇସଲା କରାଯାଇ ୪୫, ୩୦, ୦୦୦ ଟଙ୍କା ବୀମା ରାଶି ସମ୍ପୃକ୍ତ ହିତାଧିକାରୀମାନଙ୍କୁ ପ୍ରଦାନ କରିବା ପାଇଁ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବଂ ପରିବାର ଅଦାଲତ୍ ଜଜ୍‌ ୪୫ ଗୋଟି ମାମଲାର ଆଗତ କରି ୧୬ଗୋଟି ବୈବାହିକ ମାମଲା ଫୈସଲା କରିଥିଲେ। ଏସ୍‌ଡିଜେଏମ୍‌ଙ୍କ କୋର୍ଟଙ୍କ ମଧ୍ୟରୁ ୪ଗୋଟି ଚେକ୍ ବାଉନ୍ସ ମାମଲାର ଫଇସଲା କରାଯାଇଥିଲା। ସେହିପରି ୧୪୦ ଗୋଟି ବ୍ୟାଙ୍କ ଋଣ ଅନାଦେୟ ମାମଲା ଆଗତ କରି ଜଜ୍ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଶ୍ରୀମତୀ ରଞ୍ଜୁଲତା ଲେଙ୍କା ୪ ଗୋଟି ଋଣ ଅନାଦେୟ ମାମଲାର ଫଇସଲା କରି ୯୨, ୦୦୦ଟଙ୍କା ବ୍ୟାଙ୍କ ଋଣ ଆଦାୟ ପାଇଁ ରାଜିନାମା କରାଯାଇଥିଲା। ଏହି ଲୋକ ଅଦାଲତରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ।