Odiapua.com

ନୟାଗଡ଼ରେ କରୋନା ସଂକ୍ରମଣ ସ୍ଥିତି ସାଂଘାତିକ, ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୮୫

ନୟାଗଡ଼, ୨୮ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ପରିସ୍ଥିତି ସାଂଘାତିକ ଆଡ଼କୁ ଗତି କରୁଛି। ଗତକାଲି ସୁଦ୍ଧା ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ ସହ ସମୁଦାୟ ୭ହଜାର ୪ଶହ ୬୩ ଥିଲାବେଳେ ବୁଧବାର ପୁଣି ନୂଆ ଆକ୍ରାନ୍ତ ୧୨୨ ହୋଇଥିଲାବେଳେ ଜିଲ୍ଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ହଜାର ୫ଶହ ୧୬ରେ ପହଂଚିଛି। ସରକାରୀଭାବେ ଭାପୁର ବ୍ଳକରେ ବୁଧବାର ସର୍ବନିମ୍ମ ଗୋଟିଏ ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ବ୍ଳକରେ ସମୁଦାୟ ୫୧୬ଜଣ, ନୂଆଗାଁ ବ୍ଳକରେ ସର୍ବାଧିକ ୨୩ଜଣ ନୂଆ କରୋନା ଆକ୍ରାନ୍ତକୁ ମିଶାଇ ୮୦୭ଜଣ ହୋଇଥିବା ଜଣାପଡ଼ିଛି। ସେହିପରିଭାବେ ଦଶପଲ୍ଲା ବ୍ଳକରେ ଆଜିର ୧୬ଜଣକୁ ମିଶାଇ ସମୁଦାୟ ୯୨୫ଜଣ, ଗଣିଆ ବ୍ନକରେ ୨ଜଣକୁ ମିଶାଇ ୨୫। ଖଣ୍ଡପଡ଼ାରେ ୯ଜଣକୁ ମିଶାଇ ୭୧୭, ନୟାଗଡ଼ରେ ୧୫ଜଣକୁ ମିଶାଇ ୧୦୪୪, ଓଡ଼ଗାଁ ରେ ୨୧ଜଣକୁ ମିଶାଇ ୧୧୦୩, ରଣପୁରରେ ୧୪ଜଣକୁ ମିଶାଇ ୧୦୮୭, ନୟାଗଡ଼ ମୁନିସିପାଲିଟିରେ ୨୧ଜଣକୁ ମିଶାଇ ୧୧୨୭ ଏପରି ସର୍ବମୋଟ ଜିଲ୍ଲାରେ ୭୫୮୫ଜଣ ଚିହ୍ନଟ ହୋଇଛନ୍ତି।