ନୟାଗଡ଼, ୨୫ା୭: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ସୁଦ୍ଧା ୪୨୫ ଥିଲାବେଳେ ଏବେ ନୂଆ ୩୮ ଆକ୍ରାନ୍ତ ସହ ଜିଲାରେ ସମୁଦାୟ ସଂଖ୍ୟା ୪୬୩ରେ ପହଂଚିଛି। ଏହି ନୂଆ ଆକ୍ରାନ୍ତ ହେଉଛନ୍ତି ଗଣିଆ ବ୍ଳକ, ନୂଆଗାଁ ବ୍ଳକ, ଓଡ଼ଗାଁ ବ୍ଳକ ଓ ରଣପୁର ବ୍ଳକର। ଗଣିଆ ବ୍ଳକରୁ ଲୋକାଲ ୫ଜଣ ହୋଇଥିଲାବେଳେ କ୍ୱାରେଟାଂଇନରୁ ଜଣେ, ନୂଆଗାଁ ବ୍ଳକ ଲୋକାଲରୁ ଜଣେ, ଓଡ଼ଗାଁ ବ୍ଳକରୁ ସର୍ବାଧିକ ଲୋକାଲ ୨୮ ଜଣ ଓ ରଣପୁର ବ୍ଳକରୁ ଲୋକାଲ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଓଡ଼ଗାଁ ଏନଏସିର ୪ନଂ, ୬ନଂ ଓ ୭ନଂ ୱାର୍ଡ଼କୁ ଅଧିକ ସଂକ୍ରମଣ ଆଶଙ୍କାରେ ଜିଲାପାଳ ସର୍ଟଡାଉନ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଗଣିଆ ପଂଚାୟତରୁ ୪ଜଣ ଓ ଗଣିଆ ଥାନାଧିକାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଗଣିଆ ସରପଂଚ ଗଣିଆ ପଂଚାୟତକୁ ୨ ଦିନିଆ ସର୍ଟଡାଉନ କରିଛନ୍ତି। ସେହିପରି ଦଶପଲା ଥାନାର ଜଣେ ଏସଆଇ ଓ ଜଣେ ଏଏସ୍ଆଇ, ଓଡ଼ଗାଁ ଥାନାରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।