ନୟାଗଡ଼, ୨୪ା୬: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଗତକାଲି ଭାପୁର ବ୍ଳକ ଅନ୍ତଗର୍ତ କରବର ଓ ପଦ୍ମାବତୀ ସଙ୍ଗରୋଧ କେନ୍ଦ୍ରରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ବୁଧବାର ଆଉ ୩ଜଣ ପୁଣି ଚିହ୍ନଟ ହୋଇଛନ୍ତି। ଏହି ୩ଜଣ ହେଲେ କଇଁଥିଗାଡ଼ିଆ ପଂଚାୟତର ଜାମୁସାହି ଏବଂ ନୟାଗଡ଼ ମ୍ୟୁନିସିପାଲିଟିର ଯଦୁମଣିନଗର ଓ ଦେବୋତ୍ତର କଲୋନୀର। ଏହି ୩ଜଣଙ୍କୁ ମିଶାଇ ଜିଲାରେ ସମୁଦାୟ ୧୩୮ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି। ଗତ ୧୯ତାରିଖରେ ଚିହ୍ନଟ ହୋଇଥିବା ସୁନା ବ୍ୟବସାୟୀଙ୍କ ସଂଷ୍ପର୍ଶରେ ଏହି ୩ଜଣ ଆସିଥିବା କୁହାଯାଉଛି। ଏହି ସୁନା ବ୍ୟବସାୟୀଙ୍କ ସହିତ ଆହୁରି ଅନେକ ସଂଷ୍ପର୍ଶରେ ଆସିଥିବା କୁହାଯାଉଥିବାବେଳେ ଆଗକୁ ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ବାହାରିବା ନେଇ ସହର ସାରା ଚର୍ଚ୍ଚା ହେଉଛି।