Odiapua.com

ନୟାଗଡ଼ରେ ଓଡ଼ିଶା ମହିଳା ଆୟୋଗଙ୍କ ଆଇନ୍ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼, ୧୫-୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) – ନୟାଗଡ଼ରେ ଓଡ଼ିଶା ମହିଳା ଆୟୋଗଙ୍କ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତୀମାଳା ମହାନ୍ତି ସମସ୍ତଙ୍କୁ ସ୍ୱାଗତ ଜଣାଇ ଏହି ବୈଠକର ଉଦ୍ଦେଶ୍ୟ ସଂପର୍କରେ ଏବଂ ମହିଳାମାନଙ୍କର ଅଧିକାର ଓ କର୍ତବ୍ୟ ସଂପର୍କରେ ମତବ୍ୟକ୍ତ କରିଥିଲେ। ପରେ ପରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡ. ମିନତୀ ବେହେରା ଘରୋଇ ହିଂସାରୁ ମହିଳାମାନେ କିପରି ସୁରକ୍ଷିତ ହୋଇପାରିବେ ଏବଂ ସମାଜରୁ କିପରି ଯୌତୁକ ପ୍ରଥା ଦୂର ହୋଇପାରିବ ସେ ସଂପର୍କରେ କହିଥିଲେ। ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ ଓଡ଼ିଶାର ପ୍ରତ୍ୟେକ ଅଂଚଳରେ ମହିଳାଙ୍କୁ ସଠିକ୍ ନ୍ୟାୟ ଓ ଆଇନଗତ ସୁବିଧା ଯୋଗାଇ ଦେବା ତଥା ଝିଅମାନଙ୍କୁ ଉଚ୍ଚଶିକ୍ଷା ଦେବା ସଂପର୍କରେ ମତବ୍ୟକ୍ତ କରିଥିଲେ। ରାଜ୍ୟ ମହିଳା ଆୟୋଗର ସଦସ୍ୟା ସ୍ନେହାଞଳି ମହାନ୍ତି ଚଉଚଘଊଞ ଏବଂ କାର୍ଯ୍ୟକ୍ଷେତ୍ରରେ ମହିଳାମନଙ୍କୁ ଅଶ୍ଲିଳ ଇଙ୍ଗିତ ଓ ଯୌନ ନିର୍ଯ୍ୟାତନାରୁ କିପରି ସୁରକ୍ଷା କରାଯାଇପାରିବ ସେ ସଂପର୍କରେ ଆଲୋଚନା କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ବିଜୟା ବରଓା ମହିଳାମାନଙ୍କର ନ୍ୟାର୍ଯ୍ୟ ଅଧିକାର, ଆଂନଗତ ସୁବିଧା ସୁଯୋଗ, ସାଇବର କ୍ରାଇମ ଓ ପୋଲିସର ଭୂମିକା ସଂପର୍କରେ ଆଲୋଚନା କରିଥିଲେ। ସେହିପରି ସମାଜସେବୀ ତଥା ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟ୍ଟନାୟକ କନ୍ୟା ଚାଲାଣ ଓ ବାଲ୍ୟ ବିବାହ ନିଷେଧ ଆଇନ ସଂପର୍କରେ ଆଲୋଚନା କରିଥିଲେ। ପରେ ପରେ ନୟାଗଡ଼ ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ମିନାକ୍ଷୀ ମିଶ୍ର ମହିଳାମାନଙ୍କର ସ୍ଥାନୀୟ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ପରେ ପରେ କୋଭିଡ୍ ମହାମାରୀରେ ଜୀବନକୁ ବାଜି ଲଗେଇ କାର୍ଯ୍ୟ କରିଥିବା ୮ଜଣ କୋଭିଡ୍ ଯୋଦ୍ଧାଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ମାଧୁରୀ ସାମଲ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଭୋଲେଶ୍ୱର କହଁର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ, ସିଡିପିଓ ଶ୍ରୀମତୀ ଲକ୍ଷ୍ମୀ ଦାସ, ଶିକ୍ଷକ, ଆଇନଜୀବୀ, ଆଶାକର୍ମୀ, ଅଙ୍ଗନବାଡ଼ିକର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଗଣମାଧ୍ୟମର ପ୍ରତିନିଧି ଓ ଡାକ୍ତର ପ୍ରମୁଖ ଉପସ୍ଥିତ ଥିଲେ।