Odiapua.com

ନୟାଗଡ଼ରେ ଆମ ଗାଁ ଆମ ବିକାଶ:୨୦ ହଜାର ମହିଳାଙ୍କ ସମାବେଶରେ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୭କୋଟି

ନୟାଗଡ଼, ୬-୧୦(ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲ ପଡ଼ିଆରେ ଅନୁଷ୍ଠିତ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୩ଶହ ପ୍ରକଳ୍ପ ପାଇଁ ୭କୋଟି ୨୩ ଲକ୍ଷ ମଞ୍ଜୁର କରିଛନ୍ତି। ଶୁକ୍ରବାର ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୟାଗଡ଼ ବ୍ଳକର ୨୯ଟି ପଂଚାୟତର ୩ଶହ ପ୍ରକଳ୍ପ ପାଇଁ ଏହି ଟଙ୍କା ମଞ୍ଜୁ କରିଥିଲେ। ଏହି ସମାବେଶରେ ୨୦ ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କର ସମାବେଶ ହୋଇଥିଲାବେଳେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଗାଁକୁ ଖୋଲାହାତରେ ଅଜସ୍ର ଯୋଜନା ଅଜସ୍ର ପାଣ୍ଡି ଅଜାଡି ଦେଇଥିବାକୁ ନେଇ ଜନସାଧାରଣଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା। ପିଟିଏସ ପଡ଼ିଆଠାରେ ଏକ ବର୍ଣ୍ଣାଢ୍ୟ ରଙ୍ଗାରଙ୍ଗ ପରିବେଶରେ ସଭା ଆୟୋଜିତ ହୋଇଥିଲାବେଳେ ନୟାଗଡ଼ ଓଡ଼ଗାଁ ଛକଠାରୁ ପିଟିଏସ ପଡିଆ ପର୍ଯ୍ୟନ୍ତ ଯେମିତି ଜନସମୁଦ୍ର ପରି ପରିଲକ୍ଷିତ ହୋଇଥିଲା। ବହୁ ସଂଖ୍ୟାରେ ଜନଗହଳିର ଉପସ୍ଥିତିକୁ ଲକ୍ଷ୍ୟ କରି ବ୍ୟାପକ ଶୃଙ୍ଖଳା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ନିଜେ ଜିଲାପାଳ ଓ ଏସପି ପରିସ୍ଥିତିକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରୁଥିବା ଦେଖିବାକୁ ମଳିଥିଲା। ସଭାସ୍ଥଳରେ ଭିଡିଓ କନଫରେନ୍ସିଂ ନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ପ୍ରଥମେ ଜନସାଧାରଣଙ୍କୁ ନିଜର କୁଶଳ ଜିଜ୍ଞାସା କରି ସ୍ୱାଗତ ଜଣାଇଥିଲୋ। ବିଗତ ଦିନରେ ନୟାଗଡ଼ ବ୍ଳକର ସରକାରଙ୍କ ଉଲ୍ଲେଖନୀୟ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ରିପୋଟଁ ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ନୟାଗଡ଼ ବ୍ଳକର ୨୯ଟି ପଂଚାୟତର ୩ ଶହଟି ପ୍ରକଳ୍ପ ପାଇଁ ୭ କୋଟି ୨୩ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଏହା ଲୋକମାନଙ୍କର ଟଙ୍କା ଏବଂ ୍ଟଙ୍କା ବୋଲି କହିବା ସହିତ ଭଲ ଭାବରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ନୟାଗଡ଼ ବ୍ଳକ ପାଇଁ ୭କୋଟି ୨୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାରୁ ମୁଖ୍ୟମନ୍ତ୍ରୀ ବହୁତ ଖୁସି ବୋଲି କହିବା ସହିତ ଆପଣମାନେ ବହୁତ ଖୁସିତ ବୋଲି ପଚାରିଥିଲେ। ନୟାଗଡ଼ ପଂଚାୟତ ସମିତି ଅଧ୍ୟକ୍ଷା ଗୋଲାପ ଦଳବେହେରା ମୁଖ୍ୟମନ୍ତୀଙ୍କୁ ଜନସାଧାରଣଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ। ନୟାଗଡ଼ ୍ବିଧାୟକ ଡ.ଅରୁଣ କୁମାର ସାହୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବିଭିନ୍ନ ପ୍ରକଳ୍ପ ଉପରେ ଅର୍ଥ ମଞ୍ଜୁର ଓ ବିକାଶ ମୂଳକ ଜନକଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ। ଆଶାତୀତଭାବେ ବୃଦ୍ଧି ପାଇଥିବା ମହିଳାଙ୍କ ଯୋଗଦାନକୁ ଶ୍ରୀସାହୁ ଉଚ୍ଚ ପ୍ରଶଂସା କରିଥିବାବେଳେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକାଳରେ ୫୫ ପ୍ରତିଶତ ହୋଇପାରିଛି ବୋଲି କହିଥିଲେ। ଯାହାକି ଜଣେ ମହିଳା ଆଜିର ଦିନରେ ଜଣେ ପୁରୁଷ ଙ୍କ ସହିତ ସମକକ୍ଷ ହୋଇପାରିଥିବା ନେଇ ଉପସ୍ଥିତ ମହିଳାଙ୍କ ଏଡି ବିଶାଳ ସମାବେଶରେ କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ନିର୍ବାଚିତ ଲୋକ ପ୍ରତିନିଧି, ଜିଲାପାଳ.ଅତିରିକ୍ତ ଜିଲ୍ଳାପାଳ, ଉପଜିଲାପାଳଙ୍କ ସମେତ ବ୍ଳକର ବିଭିନ୍ନ ବିଭାଗର ପଦାଧିକାରୀମାନେ ଯୋଗଦେଇଥିଲେ।