Odiapua.com

ନୟାଗଡ଼ରେ ଆଜି ବାହାରିଲେ ୭୫, ସମୁଦାୟ ହେଲେ ୧୩୩୬

ନୟାଗଡ଼, ୧୪ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ ଆଜି ୭୫ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକି ଜିଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ରେ ପହଂଚିଛି। ଭାପୁର ବ୍ଳକରୁ ୪ଜଣ, ଦଶପଲ୍ଲା ବ୍ଳକରୁ ୧୨ଜଣ, ଗଣିଆ ବ୍ଳକରୁ ଜଣେ, ଖଣ୍ଡପଡ଼ା ବ୍ଳକରୁ ୪ଜଣ, ନୟାଗଡ଼ ବ୍ଳକରୁ ୯ଜଣ, ନୂଆଗାଁ ବ୍ଳକରୁ ୪ଜଣ, ଓଡ଼ଗାଁ ବ୍ଳକରୁ ୧୫ଜଣ, ରଣପୁର ବ୍ଳକରୁ ୨୧ଜଣ ଏବଂ ନୟାଗଡ଼ ପୌରାଂଚଳରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହି ୭୫ଜଣ ଯାକ ସମସ୍ତେ ସ୍ଥାନୀୟ ସଂକ୍ରମିତ ବୋଲି ଜିଲା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି।