Odiapua.com

ନୟାଗଡ଼ରେ ଆଜି ପୁଣି ୪୦ ଆକ୍ରାନ୍ତ, ସମୁଦାୟ ହେଲେ ୯୦୫

ନୟାଗଡ଼, ୮ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କୌଣସି ଦିନ କମିବାରେ ନାହିଁ। ଗତାକାଲି ସୁଦ୍ଧା ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬୫ ହୋଇଥିଲାବେଳେ ଆଜି ପୁଣି ୪୦ ନୂଆ ଆକ୍ରାନ୍ତ ବାହାରିଛନ୍ତି। ଏହି ୪୦ ଆକ୍ରାନ୍ତ ହେଲେ ଭାପୁର ବ୍ଳକରୁ ୭ଜଣ, ଦଶପଲ୍ଳା ବ୍ଳକରୁ ୨ଜଣ, ଗଣିଆ ବ୍ଳକରୁ ୨ଜଣ, ନୟାଗଡ଼ ବ୍ଳକରୁ ୭ଜଣ, ଓଡ଼ଗାଁ ବ୍ଳକରୁ ୮ଜଣ, ରଣପୁର ବ୍ଳକରୁ ୧୧ଜଣ ଓ ନୟାଗଡ଼ ମ୍ୟୁନିସିପାଲିଟିରୁ ୩ଜଣ। ଏମାନେ ସମସ୍ତେ ହେଉଛନ୍ତି ସ୍ଥାନୀୟ ସଂକମଣ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।