Odiapua.com

ନୟାଗଡ଼ରେ ଆଜି କରୋନାରେ ୩୨ ଆକ୍ରାନ୍ତ ଓ ୩ ମୃତ୍ୟୁ

ନୟାଗଡ଼, ୧୦-୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ମୃତ୍ୟୁ ସଂଖ୍ୟା ବି ବଢୁଛି। ଆଜି ଜିଲାରେ ୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ଜଣ କରୋନା ରେ ମୃତ୍ୟୁ ବରଣ କରିଥିବା ସରକାରୀଭାବେ ଜଣାପଡ଼ିଛି। ଯେଉଁ ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମୋନେ ହେଲେ ଭାପୁର ବ୍ଳକରୁ ଜଣେ, ଗଣିଆ ବ୍ଳକରୁ ୨ଜଣ, ଖଣ୍ଡପଡ଼ା ବ୍ଳକରୁ ୨ଜଣ, ନୟାଗଡ଼ ବ୍ଳକରୁ ଜଣେ, ନୂଆଗାଁ ବ୍ଳକରୁ ୩ଜଣ, ଓଡ଼ଗାଁ ବ୍ଳକରୁ ୫ଜଣ, ରଣପୁର ବ୍ଳକରୁ ୧୮ଜଣ। ଏମାନେ ସମସ୍ତେ ସ୍ଥାନୀୟ ସଂକ୍ରମଣ ବୋଲି କୁହାଯାଇଛି। କରୋନା ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି। ଆଜି ୩ଜଣ ଙ୍କର କରୋନା ଜିନିତ ମୃତ୍ୟୁ ଘଟିଛି। ଯାହାକି ଆଜି ସୁଦ୍ଧା ଜିଲାରୁ ୮ ଜଣଙ୍କର ସମୁଦାୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଜିର ଯେଉଁ ୩ଜଣ ମୃତ୍ୟୁ ବରଣ କରିଛନ୍ତି। ସେଥିରୁ ଜଣେ ୩୦ ବର୍ଷ ବୟସ୍କ ପୁରୁଷ ଯିଏକି କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ। ଦ୍ୱିତୀୟ ଜଣଙ୍କ ୩୪ ବର୍ଷ ବୟସ୍କ ପୁରୁଷ ଓ ତୃତୀୟ ଜଣଙ୍କ ୭୮ ବର୍ଷ ବୟସ୍କ ପୁରୁଷ ବୋଲି ସରକାରୀ ଭାବେ ସୂଚନା ମିଳିଛି।