Odiapua.com

ନୟାଗଡ଼ରୁ ରେକର୍ଡ଼ ସଂଖ୍ୟକ ୧୦୬ ଆକ୍ରାନ୍ତ ଚିହ୍ନଟ

ନୟାଗଡ଼, ୯ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରୁ ଆଜି ରେକର୍ଡ଼ ସଂଖ୍ୟକ ୧୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୧୦୬ ଜଣ ହେଲେ ଭାପୁର ବ୍ଳକରୁ ୧୭ଜଣ, ଦଶପଲା ବ୍ଳକରୁ ୧୧ଜଣ, ଗଚ୍ଚିଆ ବ୍ଳକରୁ ଜଣେ, ଖଣ୍ଡପଡ଼ା ବ୍ଳକରୁ ୧୦ଜଣ, ନୟାଗଡ଼ ବ୍ଳକରୁ ୩ଜଣ, ନୂଆଗାଁ ବ୍ଳକରୁ ୧୮ଜଣ, ଓଡ଼ଗାଁ ବ୍ଳକରୁ ୨୭ଜଣ, ରଣପୁର ବ୍ଳକରୁ ୧୧ଜଣ, ଏବଂ ନୟାଗଡ଼ ପୌରାଂଚଳରୁ ୮ଜଣ। ଏହି ୧୦୬ଜଣ ଆକ୍ରାନ୍ତ ସମସ୍ତେ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ବୋଲି ଜିଲାପ୍ରଶାସନ ପକ୍ଷରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଆଜି କରୋନା ଆକ୍ରାନ୍ତ ୩୩ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।