Odiapua.com

ନୟାଗଡ଼ରୁ ଆଜି ୯୪ ଆକ୍ରାନ୍ତ, ୧୫୧ ସୁସ୍ଥ ଓ ପୁଣି ଜଣେ ମୃତ

ନୟାଗଡ଼, ୨୧ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରୁ ଗତକାଲି ୧୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୯୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ଜଣେ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି। ଆଜି ନୂଆ ୯୪ ଆକ୍ରାନ୍ତକୁ ମିଶାଇ ଜିଲାରେ ୧୯୭୭ ହୋଇଛି। ସେହିପରି ଜିଲାରେ ସମୁଦାୟ ଆଜି ୧୫୧ ସୁସ୍ଥକୁ ମିଶାଇ ୧୦୧୦ ଜଣ ସୁସ୍ଥ ହୋଇଛନ୍ତି। ଯେଉଁ ନୂଆ ୯୪ ଜଣ ଆକ୍ରାନ୍ତ ହେଲେ ସେମାନେ ହେଲେ ଭାପୁର ବ୍ଳକରୁ ୬ଜଣ, ଦଶପଲ୍ଲା ବ୍ଳକରୁ ୮ଜଣ, ଗଣିଆ ବ୍ଳକରୁ ୨ଜଣ, ଖଣ୍ଡପଡ଼ା ବ୍ଳକରୁ ୯ଜଣ, ନୟାଗଡ଼ ବ୍ଳକରୁ ୧୭ଜଣ, ନୂଆଗାଁ ବ୍ଳକରୁ ୧୩ଜଣ, ଓଡ଼ଗାଁ ବ୍ଳକରୁ ୮ଜଣ, ରଣପୁର ବ୍ଳକରୁ ୨୬ଜଣ, ନୟାଗଡ଼ ପୌରାଂଚଳରୁ ୫। ଅନ୍ୟପକ୍ଷରେ ଗତକାଲି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର ମୀନକେତନ ବଳିଆରସିଂହଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ଆଜି ରଣପୁର ଅଂଚଳର ଜଣେ ୬୧ ବର୍ଷ୍ରୀ ପୁରୁଷଙ୍କର ସମ୍ ହସପିଟାଲରେ ନିମୋନିଆ ସହ କରୋନା ଜନିତ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସରକାରୀ ଭାବେ ଜଣାପଡ଼ିଛି।