Odiapua.com

ନୟାଗଡ଼କୁ ପୁନଃ ରେଳ ଚଳାଚଳ ପାଇଁ ମନ୍ତ୍ରୀଙ୍କ ଚିଠି

ନୟାଗଡ଼, ୨୩-୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କରୋନା ମହାମାରୀ ଯୋଗୁ ଁ ଦୀର୍ଘ ୧୧ମାସ ହେଲା ନୟାଗଡ଼କୁ ରେଳ ଚଳାଚଳ ବନ୍ଦ ରହିଛି। ସରକାରଙ୍କ କୋଭିଡ୍‌୧୯ କଟକଣା ଭିତରେ ଜୀବନ ଯାତ୍ରା ସ୍ୱାଭାବିକ ହୋଇଥିବାବେଳେ ବିଭିନ୍ନ ଧର୍ମାନୁଷ୍ଠାନ ମଧ୍ୟ ଧାର୍ମିକମାନଙ୍କ ପାଇଁ ଖୋଲା ଗଲାଣି। ହେଲେ ନୟାଗଡ଼କୁ ରେଳ ଚଳାଚଳ ଏଯାଏଁ ସ୍ୱାଭାବିକ ହେଲାନି। ଏହି ପରିପ୍ରେକ୍ଷିରେ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ନୟାଗଡ଼କୁ ପୁନଃ ରେଳ ଚଳାଚଳ କରିବା ପାଇଁ ପୂର୍ବତଟ ରେଳପଥକୁ ଚିଠି ଲେଖିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବେ ଭକ୍ତମାନଙ୍କ ପାଇଁ ସ୍ୱାଭାବିକ ହେଲାଣି। ହେଲେ ନୟାଗଡ଼ ଜିଲାର ଲୋକମାନେ ପୁରୀ ଯିବାଲାଗି ବଂଚିତ ହେଉଥିବା ପରିଲକ୍ଷିତ ହେଉଛି। ଦୈନିକ ନୟାଗଡ଼ରୁ ଅଧିକାଂଶ ରେଳଯାତ୍ରୀ ପୁରୀ ଯାଆନ୍ତି। ବିଭିନ୍ନ ସ୍ଥାନରୁ ଭକ୍ତମାନେ ଜଗନ୍ନାଥଙ୍କୁ ଦେଖିବା ଲାଗି ରେଳପଥରେ ଯାତ୍ରା କରୁଥିବାବେଳେ ନୟାଗଡ ଜିଲାବାସୀଙ୍କୁ କିନ୍ତୁ ରେଳଯାତ୍ରାର ସୁବିଧା ଏଯାଏଁ ମିଳିନି। ଦୈନନ୍ଦିନ ନୟାଗଡ଼ରୁ ଯେପରି ପୁରୀକୁ ଚାଲୁଥିବା ପାସେଞ୍ଜର ଟ୍ରେନ ଓ ଭୁବନେଶ୍ୱରରୁ ନୟାଗଡ଼କୁ ଯାତାୟାତ କରୁଥିବା ସେବା ଏକ୍ସପ୍ରେସ ଚାଲୁଥିଲା ପୂର୍ବବତ୍ ସେମିତି ଚାଲୁ କରିବା ପାଇଁ ମନ୍ତ୍ରୀ ଡ.ସାହୁ ପୂର୍ବତଟ ରେଳ ବିଭାଗର ଜେନେରାଲ ମ୍ୟାନେଜରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।