Odiapua.com

ନୟାଗଡ଼ ସମବାୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ

ନୟାଗଡ଼, ୯/୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ମ୍ୟାନେଜର ପ୍ରଫୁଲ୍ଲ କୁମାର ସାହୁ ନିଲମ୍ବିତ ହେଇଥିବା ଜଣାପଡିଛି। ଅନିୟମିତତା ଅଭିଯୋଗରେ ବ୍ୟାଙ୍କ ସମ୍ପାଦକ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଦାୟିତ୍ବରେ ଅବହେଳା ନେଇ ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ତାଙ୍କ ନାମରେ ପୂର୍ବରୁ ଆର୍ଥିକ ଅନିମିତତା ମଧ୍ୟ ଅଭିଯୋଗ ରହିଥିଲା। ପୂର୍ବରୁ ମଧ୍ୟ ସେ ନିଲମ୍ବନ ହୋଇଥ‌ିବା ସୂଚନା ମିଳିଛି।