Odiapua.com

ନୟାଗଡ଼: ଦଶପଲ୍ଲା ଅଭିମୁଖେ ରେଳ ଇଞ୍ଜିନ୍ ଗଡ଼ୁ ଗଡ଼ୁ ଅଟକିଗଲା

ନୟାଗଡ଼, ୩୧/୫ (ଓଡିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ନୂଆଗାଁ ଠାରୁ ଦଶପଲ୍ଲା ପର୍ଯ୍ୟନ୍ତ ରେଳ ଇଞ୍ଜିନ୍ ଗଡ଼ୁଗଡୁ ବାଟରେ ଅଟକି ଯାଇଥିବା ଜଣାପଡିଛି। ନୂଆଗାଁ ପର୍ଯ୍ୟନ୍ତ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା ବେଳେ ବୁଧବାର ଦଶପଲ୍ଲା ଅଭିମୁଖେ ରେଳ ଇଞ୍ଜିନ୍ ଯାଇଥିଲା। ହେଲେ ଦଶପଲା ଷ୍ଟେସନର ୩ କିଲୋମିଟର ପୂର୍ବରୁ ରେଳ ଇଞ୍ଜିନ୍ କୁଆଁରିଆ ସେତୁ ଠାରେ ଅଟକି ଯାଇଥିଲା। ରେଳ ଗଡିବାକୁ ନେଇ ଦଶପଲ୍ଲା ଅଞ୍ଚଳ ଲୋକେ ଖୁସି ହେଉଥିବା ବେଳେ ରେଳ କୁଆଁରିଆ ଠାରେ ଅଟକି ଯିବାକୁ ନେଇ ସେମାନଙ୍କ ମଧ୍ୟରେ ବିଷାଦ ଖେଳି ଯାଇଛି। ତେବେ ରେଳ ଅଟକିବାର କାରଣ ଜଣାପଡ଼ିନାହିଁ।