Odiapua.com

ନୟାଗଡ଼ କଲେଜର ହୀରକ ଜୟନ୍ତୀ ଉତ୍ସବ ଆରମ୍ଭ

ନୟାଗଡ଼, ୨୦/୧ ଓଡ଼ିଆ ପୁଅ/ ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହର ଉଦଯାପନୀ ଉତ୍ସବ ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବାବେଳେ କଲେଜର ପୂର୍ବତନ ଓ ବର୍ତ୍ତମାନର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କୁ ନେଇ ଜୟନ୍ତୀ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ” ମୋ କଲେଜ ଅଭିଯାନ”ର ଅଧ୍ୟକ୍ଷ ଆକାଶ ଦାସ ନାୟକ ଏହାକୁ ଉଦଘାଟନ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟକ ସୈ।ମ୍ୟରଞ୍ଜନ ପଟ୍ଟନାୟକ, ଅନ୍ୟତମ ଅତିଥି ଭାବେ ବିଧାୟକ ଡଃ ଅରୁଣ କୁମାର ସାହୁ, ଜିଲାପାଳ ରବିନ୍ଦ୍ର ନାଥ ସାହୁ ପ୍ରମୁଖ ଯୋଗଦେଇ ନୟାଗଡ଼ କଲେଜର ଗୈ।ରବ ଗାଥା ଉପରେ ଅବତାରଣା କରିଥିଲା। ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ସଭା ପରିଚାଳନା କରିଥିଲାବେଳେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।