Odiapua.com

ନୟାଗଡ଼: ଅଙ୍ଗନବାଡ଼ି କେନ୍ଦ୍ରରେ ବାର୍ଷିକ ଅଙ୍କୁର ଉତ୍ସବ ପାଳିତ

ନୟାଗଡ଼, ୨୧/୧୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ କଞ୍ଚନବିଲି ଅଙ୍ଗନବାଡ଼ି କେନ୍ଦ୍ରରେ ବାର୍ଷିକ ଅଙ୍କୁର ଉତ୍ସବ ପାଳିତ ହୋଇଯାଇଛି। ସମନ୍ଵିତ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅଙ୍ଗନବାଡ଼ି କର୍ମୀ ବିଷ୍ଣୁପ୍ରିୟା ପ୍ରଧାନ ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସଞ୍ଜୁବାଳା ବିଶ୍ବାଳ, ଯୋଗଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଦୁତିବାମନ ବେହେରା, ଯାଞ୍ଚ କମିଟି ସଭାପତି ଯୋଗେନ୍ଦ୍ର ମହାନ୍ତି ଯୋଗ ଦେଇଥିଲାବେଳେ ଅନ୍ୟତମ ଅତିଥି ଭାବେ ଓ୍ବାର୍ଡ ସଭ୍ୟ ସବିତା ନାୟକ, ଗଣେଶ କୁମାର ବେହେରା ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଶିଶୁ ମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କ ଭିତରେ ଦୌଡ ଓ ବଲ୍ ଫୋପାଡିବା ପ୍ରତିଯୋଗିତା କରାଯାଇଥିଲା। କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ସରପଞ୍ଚ ଶ୍ରୀମତୀ ବିଶ୍ବାଳ ପୁରସ୍କୃତ କରିବା ସହିତ ଶିଶୁମାନଙ୍କର ସର୍ବାଙ୍ଗୀନ ବିକାଶକୁ ତ୍ବରାନ୍ବିତ କରିବା ଲକ୍ଷ୍ୟରେ ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯାଞ୍ଚ କମିଟି, ମାତୃ କମିଟି, ଏସ୍ ଏଚ୍ ଜି ମହିଳା, କିଶୋରୀ ବାଳିକା ଓ ଶିଶୁମାନଙ୍କର ଅଭିଭାବକ ମାନେ ଉପସ୍ଥିତ ହୋଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ।