Odiapua.com

ନ୍ୟୁଜ୍ ପେପର ହକର ସଂଘର ବାର୍ଷିକ ଉତ୍ସବ

ବାଲେଶ୍ୱର, ୧୮ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ଶ୍ରମିକ ସଂଗଠନ ହିନ୍ଦ ମଜଦୁର ସଭା ସହ ଅନୁବନ୍ଧିତ ବାଲେଶ୍ୱର ନ୍ୟୁଜ୍ ପେପର ହକର ସଂଘର ବାର୍ଷିକ ଉତ୍ସବ ସ୍ଥାନୀୟ ସିଦ୍ଧି କଲ୍ୟାଣମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ରାଜ୍ୟସଭା ସାଂସଦ ସୁବାସ ସିଂ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ନୀଳଗିରି ବିଜେଡି ନେତା ସନ୍ତୋଷ ଖଟୁଆ, ଶ୍ରମିକ ନେତା ଶନ୍ତନୁ ଦାସ ପ୍ରମୁଖ ଏଥିରେ ଯୋଗଦେଇ ଉପସସ୍ଥିତ ହକରମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। କରୋନା ଭଳି ସ୍ଥିତିରେ ବି ଲୋକଙ୍କ ନିକଟରେ ଖବରକାଗଜ ପହଞ୍ଚାଇବାରେ ହକରମାନଙ୍କ କାର୍ଯ୍ୟଧାରା ବେଶ ପ୍ରଶଂସନୀୟ କାର୍ଯ୍ୟ ବୋଲି ଅତିଥିମାନେ କହିଥିଲେ। ହକରଙ୍କ ସାମାଜିକ ସୁରକ୍ଷା ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଉଚିତ ପଦକ୍ଷେପ ନେବେ ବୋଲି ସେମାନେ ପ୍ରକାଶ କରିଥିଲେ। ଶ୍ରମିକ ନେତା ଅରୁଣ ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ।