Odiapua.com

ନ୍ୟାୟ ପାଇଁ ପୀରହାଟ ଥାନା ସମ୍ମୁଖରେ ଦମ୍ପତ୍ତିଙ୍କ ଧାରଣା

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାନନଳତେଇ ଗ୍ରାମର ଶ୍ରୀକାନ୍ତ ପାଢ଼ୀ ଏବଂ ତାଙ୍କ ପତ୍ନୀ ସରସ୍ୱତୀ ପୁଲିସ ଠାରୁ ନ୍ୟାୟ ନପାଇବାରୁ ଶନିବାର ପୀରହାଟ ଥାନା ସାମ୍ନାରେ ଧାରଣା ଦେଇଥିଲେ । ଚାନ୍ଦବାଲି ଏସଡିପିଓ ଦେବୀଶଙ୍କର ପ୍ରତାପ ଘଟଣା ସ୍ଥଳରେ ପହଞ୍ôଚ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଦମ୍ପତି ଧାରଣା ପ୍ରତ୍ୟାହାର କରିନେଇଥିବା ଜଣାଯାଇଛି । ପ୍ରକାଶ ଯେ, ଶ୍ରୀକାନ୍ତ ଘରେ ନଥିବା ସମୟରେ ତାଙ୍କ ପତ୍ନୀ ସରସ୍ୱତୀଙ୍କୁ ପରିବାର ଲୋକେ ମାଡ଼ ମାରିବା ସହ ନିର୍ଯାତନା ଦେଇଥିଲେ । ସରସ୍ୱତୀ ଏ ସମ୍ପର୍କରେ ୧୩.୦୪.୨୦୨୩ ତାରିଖରେ ପୀରହାଟ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗମୂଳେ ପୁଲିସ ତାଙ୍କ ପରିବାରର ୫ଜଣଙ୍କ ନାମରେ କେଶ ନଂ ୭୨/୨୩ରେ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଆଜିଯାଏ କୌଣସି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନାହିଁ । ଫଳରେ ଶ୍ରୀକାନ୍ତ ଓ ତାଙ୍କ ପତ୍ନୀ ଭୟରେ ତାଙ୍କ ଘରକୁ ଫେରି ନପାରି ବାହାରେ ଆଶ୍ରୟ ନେଉଛନ୍ତି । ତେଣୁ ପୁଲିସ ଠାରୁ ନ୍ୟାୟ ପାଇବା ଆଶାରେ ସେମାନେ ଥାନା ସମ୍ନାରେ ଧାରଣାରେ ବସିଥିଳେ । ପୀରହାଟ ଥାନା ଅଧିକାରୀ ଗୟାଧର ବେହେରା ତାଙ୍କ ପରିବାର ଲୋକଙ୍କୁ ଥାନାକୁ ଡକାଇ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସେମାନେ ଧାରଣାରେ ବସି ରହିଥିଲେ । ପରେ ଏସଡିପିଓ ଶ୍ରୀ ପ୍ରତାପ ଘଟଣା ସ୍ଥଳରେ ପହଞ୍ôଚ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ସହ ପୁଲିସ ସହାୟତାରେ ଧାରଣାକାରୀଙ୍କୁ ତାଙ୍କ ଘରକୁ ନେଇ ଥଇଥାନ କରାଇଥିବା ଜଣାଯାଇଛି ।