Odiapua.com

ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ମୃତବ୍ୟକ୍ତିର ଖାତାରେ ଥିବା ୬୩ ହଜାର କୃଷିଋଣ ଛାଡ ଟଙ୍କାକୁ ତଂଚକତା ଭାବେ ହଡପ କରିବା ଅଭିଯୋଗ ନେଇ ତାର ପରିବାର ଲୋକେ ଆଜି ସଂପୃକ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ବିରୁଦ୍ଧରେ ସ୍ଥାନୀୟ ପୁଲିସ୍‌ର ଅନୁକମ୍ପା ନେଇ ଆଜି ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ପତ୍ରରୁ ଜଣାଯାଏ ଏହି ଜିଲାର ଚାନ୍ଦବାଲି ଥାନା ଅଧୀନସ୍ଥ ଗରିପୁର ଗ୍ରାମର ବିମ୍ବାଧର ଦାସ ଗତ ୨୦୨୦ ମାର୍ଚ୍ଚ ୨୫ ରେ ମୃତ୍ୟୁବରଣ କରିଥିଲେ । ତେବେ ବିମ୍ବାଧର କୃଷିଋଣ ବାବଦ ଆଣିଥିବା ୩୪ ହଜାର ଟଙ୍କା ସରକାରଙ୍କ ପକ୍ଷରୁ ଛାଡ ହୋଇଥିଲେ ମଧ୍ୟ ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀ ପାର୍ବତୀ ନିକଟସ୍ଥ ବାଲିଗାଁ ଷ୍ଟେଟ୍ ବ୍ୟାଙ୍କ ମ୍ୟାନେଜରଙ୍କୁ ଭେଟି ସ୍ୱାମୀଙ୍କ ମୃତ୍ୟୁ ହୋଇଥିବାରୁ ଉକ୍ତ ଋଣ ଛାଡ ଟଙ୍କା ଅବଗତ କରାଇଥିଲେ । ମାତ୍ର ସଂପୃକ୍ତ ମ୍ୟାନେଜର ମୃତ୍ୟୁ ଖବର ଜାଣିବା ପରେ ବିମ୍ବାଧରଙ୍କ ଋଣ ଖାତାକୁ ନବୀକରଣ ନକରି ତାଙ୍କ ପତ୍ନୀଙ୍କୁ କୌଣସି ନୋଟିସ୍ ଓ ଦସ୍ତଖତ ନକରାଇ ତଂଚକତା ଭାବେ ଋଣ ବାବଦ ଛାଡ ହୋଇଥିବା ୬୩ ହଜାର ଟଙ୍କାକୁ ହଡପ କରିନେଇଥିବା ବିଷୟ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏବଂ ଚାନ୍ଦବାଲି ଥାନା ଅଧିକାରୀ ଏହି ଘଟଣାରେ ଅଭିଯୋଗ ପାଇ ମଧ୍ୟ ସଂପୃକ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ପରିବାର ଲୋକେ ବାଧ୍ୟହୋଇ ଏସ୍‌ପିଙ୍କ ଦ୍ୱାରସ୍ଥ ହେବା ପରେ ସେ ଏ ବିଷୟରେ ନିରପେକ୍ଷ ତଦନ୍‌ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି ।