Odiapua.com

ନ୍ୟାୟ ଦାବିରେ ଏସ୍‌ପିଙ୍କ ଅଫିସ୍ ସମ୍ମୁଖରେ ମନୋରମାଙ୍କ ଧାରଣା

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନ୍ୟାୟ ଦାବିରେ ମନୋରମା ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସମସ୍ୟାର ସମାଧାନ ନହେବାରୁ ପୁଣି ଥରେ ଧାରଣାରେ ବସିଛନ୍ତି ଭଦ୍ରକ ଜିଲା ତିହିଡି ଥାନା ଆରୁହା ଗ୍ରାମର ମନୋରମା ମହାନ୍ତି। ଖବର ଅନୁସାରେ ପାରିବାରିକ ଜମିବାଡି ବିବାଦ ପାଇଁ ମନୋରମା ତିହିଡି ଥାନାର ଦ୍ୱାରସ୍ଥ ହୋଇଥିଲେ। ଏମିତି କି ତାଙ୍କୁ ଧମକ ଚମକ ଦିଆଯାଉଥିବା ଅଭିଯୋଗ ମଧ୍ୟ ଆଣିଥିଲେ। ପରେ ଥାନାରେ ସମସ୍ୟାର ସମାଧାନ ନହେବାରୁ ଭଦ୍ରକ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ତା ପରେ ବି ତାଙ୍କ ସମସ୍ୟାର କୌଣସି ସମାଧାନ କରିନଥିଲେ। ଶେଷରେ ଏବେ ପୁଣି ଥରେ ଭଦ୍ରକ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।