Odiapua.com

ନୌସେନାରେ ସାମିଲ ହେଲା ପନ୍‌ଡୁବି ଆଇଏନ୍‌ଏସ୍‌ ଖଣ୍ଡେରୀ

ମୁମ୍ବାଇ, ୨୮/୦୯, (ଓଡ଼ିଆ ପୁଅ ପି ନାଏକ):ନୌସେନାରେ ସାମିଲ୍‌ ହେଲା ପନ୍‌ଡୁବି ଆଇଏନ୍‌ଏସ୍‌ ଖଣ୍ଡେରୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୌସେନାରେ ଏହି ସ୍କାର୍ପିୟନ୍‌ କ୍ଲାସ୍‌ର ଦ୍ୱିତୀୟ ପନଡୁବୀକୁ ସାମିଲ୍‌ କରିଛନ୍ତି। ଏହା ବ୍ୟତୀତ ପି-୧୭ଏ ସିରିଜ୍‌ର ପ୍ରଥମ ଯୁଦ୍ଧ ଯାହାଜ ଆଇଏନ୍‌ଏସ୍‌ ନିଳଗିରିକୁ ମଧ୍ୟ ସାମିଲ କରିଛନ୍ତି। ରାଜନାଥ ସିଂହ ମୁମ୍ବାଇରେ ପହଞ୍ଚି ଏହି ଦୁଇ ଯୁଦ୍ଧ ଯାହାଜକୁ ଭାରତୀୟ ନୌସେନାରେ ସାମିଲ୍‌ କରିବା ନେଇ ଗ୍ରିନ୍‌ ସିଗ୍‌ନାଲ ଦେଖାଇଛନ୍ତି।

ତେବେ ଏଥିସହିତ ରାଜନାଥ ସିଂହ ଆଜି ମୁମ୍ବାଇରେ ଏୟାରପ୍ଲେନ୍‌ ଡ୍ରାଏଡକ୍‌ର ଲୋକାର୍ପଣ କରିବେ। ସୂଚନାମୁତାବକ ପ୍ରଥମେ ଭାରତୀୟ ନୌସେନା ସମୁଦ୍ରରେ ସ୍କାର୍ପିୟନ୍‌ ଶ୍ରେଣୀର ଦ୍ୱିତୀୟ ପନ୍‌ଡୁବି ଆଇଏନ୍‌ଏସ ଖଣ୍ଡେରୀକୁ ସାମିଲ୍‌ କରିବା ପାଇଁ ମନା କରିଦେଇଥିଲା। କାରଣ ସମୁଦ୍ରରେ ୟୁଜର ଟ୍ରାଏଲ ସମୟରେ ପନ୍‌ଡୁବି ଇଞ୍ଜିନିରେ ଅଧିକ ଶଦ୍ଧ ଆସିବା ଅଭିଯୋଗ ଥିଲା। ଏହି କାରଣ ଯୋଗୁ ଖଣ୍ଡେରୀକୁ ନୌସେନାରେ ଡେରିରେ ସାମିଲ୍‌ କରାଯାଇଛି।