Odiapua.com

ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଦେଶଭକ୍ତି ଏବଂ ରାଷ୍ଟ୍ର ନିର୍ମାଣ ନିମନ୍ତେ ବକ୍ତୃତା ପ୍ରତିଯୋଗିତ ପାଇଁ ପ୍ରସ୍ତୁତି ବୈଠକ

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର କାର୍ଯ୍ୟାଳୟ ପରିସରରେ ଦେଶ ଭକ୍ତି ଏବଂ ରାଷ୍ଟ୍ର ନିର୍ମାଣ ନିମନ୍ତେ ବକ୍ତୃତା ପ୍ରତିଯୋଗିତା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନେହେରୁ ଯୁବ କେନ୍ଦ୍ରର ସଂଗଠନ ଜିଲ୍ଲା ଯୁବ ସଂଯୋଜକ ବିଗ୍ନେଶ ଏମ୍‌.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆସନ୍ତା ନଭେମ୍ବର ମାସ ୧୪ ତାରିଖରେ ଭଦ୍ରକ ଜିଲ୍ଲାର ୭ଟି ବ୍ଲକରେ ଏହି ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଇଚ୍ଛୁକ ଛାତ୍ର ଓ ଯୁବକମାନେ ସେମାନଙ୍କ ଅବେଦନ ପତ୍ର ସଠିକ୍ ଭାବରେ ପୂରଣ କରି ନଭେମ୍ବର ୧୦ ତାରିଖ ମଧ୍ୟରେ ଦାଖଲ କରିବାକୁ କୁହାଯାଇଛି । ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିବା ପ୍ରତିଯୋଗୀମାନଙ୍କର ବୟସ ସୀମା ୧୮ ରୁ ୨୯ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଦେଶ ଭକ୍ତି ଏବଂ ରାଷ୍ଟ୍ର ନିର୍ମାଣ ଉପରେ ପ୍ରତିଯୋଗୀମାନେ ହିନ୍ଦୀ ଓ ଇଂରାଜୀ ଭାଷାରେ ନିଜର ବକ୍ତୃତା ଉପସ୍ଥାପନ କରିବେ ।

ଏଥି ନିମନ୍ତେ ବିଷୟବସ୍ତୁ ଦେଶ ଭକ୍ତିରେ ରାଷ୍ଟ୍ର ଗଠନ ସମ୍ପର୍କିତ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତା ବ୍ଲକସ୍ତରରୁ ମନୋନୀତ ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରରେ ଅଂଶ ଗ୍ରହଣ କରିବେ ଏବଂ ଜିଲ୍ଲାସ୍ତରରେ ମନୋନୀତ ପ୍ରତିଯୋଗୀ ରାଜ୍ୟସ୍ତରରେ ଅଂଶ ଗ୍ରହଣ କରିପାରିବେ ଏବଂ ରାଜ୍ୟସ୍ତରରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଜାତୀୟସ୍ତରରେ ଅଂଶ ଗ୍ରହଣ କରିପାରିବେ । ଯେଉଁ ପ୍ରତିଯୋଗୀ ଜିଲ୍ଲା ଓ ରାଜ୍ୟ ଏବଂ ଜାତୀୟସ୍ତରରେ ପ୍ରଥମ ଓ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିବେ ସେମାନଙ୍କୁ ନଗଦ ଅର୍ଥ ରାଶି ସହ ପ୍ରମାଣପତ୍ର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହି ପ୍ରତିଯୋଗିତା ସମ୍ପର୍କରେ ଅଧିକ ଜାଣିବା ପାଇଁ ମୋବାଇଲ୍ ନମ୍ବର ୬୩୭୦୧୫୨୧୭୧ ଯୋଗାଯୋଗ କରିବା ପାଇଁ ଯୁବ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଉକ୍ତ ବୈଠକରେ ଗୌରୀମୋହନ ସାହୁ, ମାଧବ ନାଥ, ସତ୍ୟବ୍ରତ ଦାସ, ପ୍ରଭାତ ସ୍ୱାଇଁ ପ୍ରମୁଖ ସମସ୍ତ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ ।