Odiapua.com

ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ସମ୍ମିଳନୀ

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଭଦ୍ରକରେ ନେହେରୁ ଯୁବକେନ୍ଦ୍ର ସଂଗଠନ ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ସମ୍ମିଳନୀ ସ୍ଥାନୀୟ ସୀତାରାମ କଲ୍ୟାଣ ମଣ୍ଡପ, ଗାନ୍ଧି ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୁବସମାବେଶରେ ଜିଲ୍ଲା ସାତଟି ବ୍ଲକର ଶତାଧିକ ଯୁବ ସ୍ୱେଛାସେବୀମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ଭକାର ଅଭୟ ଦ୍ୱିବେଦୀ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଦ୍ମନ କୁମାର ରାୟ ଏବଂ ଅବସରପ୍ରାପ୍ତ ଅଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱେଛାସେବୀ ଯୁବକ ଓ ଯୁବତୀଙ୍କୁ ଉତ୍ସାହିତ କରିବା ସହିତ ତୃଣମୂଳସ୍ତରରେ ସମାଜସେବା କରିବାକୁ ଆହ୍ୱାନ ଦେଇଥିଲେ। ନେହେରୁ ଯୁବକେନ୍ଦ୍ର, ଭଦ୍ରକର ଯୁବ ଅଧିକାରୀ ବିଘ୍ନେଶ ଏମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସ୍ୱେଛାସେବୀ ମିତାଞ୍ଜଳି ଦାସ ସଂଯୋଜନା କରିଥିଲେ। ଭାରତ ସରକାରଙ୍କ ଯୁବବ୍ୟାପର ଓ କ୍ରୀଡାମନ୍ତ୍ରଳାୟ ଅଧିନରେ ନେହେରୁ ଯୁବକେନ୍ଦ୍ର, ଭଦ୍ରକ ଅଧିନରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରୁଥିବା ଜିଲ୍ଲାର ସାତଟି ବ୍ଲକ୍‌ର ୨୧ଟି କ୍ଲବ୍‌ଗୁଡିକୁ ସଂଗଠନ ପକ୍ଷରୁ କ୍ରୀଡା ସାମଗ୍ରୀ ଏବଂ ଶ୍ରେଷ୍ଠ କ୍ଲବ୍‌କୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ଅବସରରେ୨୦୨୧-୨୨ବର୍ଷ ପାଇଁ ଜିଲ୍ଲାର ଶ୍ରେଷ୍ଠ ସଂଗଠନ ଭାବରେ ବିବେକାନନ୍ଦ ଯୁବ ସଂସଦ, ମଞ୍ଜୁରରୋଡ, ଭଣ୍ଡାରୀପୋଖରୀକୁ ପ୍ରମାଣପତ୍ର ସହ ନଗଦ ଅର୍ଥରାଶିକୁ ଯୋଗଦେଇଥିବା ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସ୍ୱେଛାସେବୀ ସତ୍ୟବ୍ରତ ଦାସ, ମାଧବାନନ୍ଦ ନାଥ ସମେତ ଅନ୍ୟ ସ୍ୱେଛାସେବୀମାନେ ସହଯୋଗିତା କରିଥିଲେ।