ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ୍ ଅନ୍ତର୍ଗତ ଗଣିଜାଙ୍ଗ ପଂଚାୟତ ର ନେହେରୁ ନୋଡାଲ ଉଚ୍ଚ ବିଦ୍ୟାପୀଠ ଗଣିଜାଙ୍ଗ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଯୋଗଦେଇ ଥିବା ବେଳେ ଦୀପ ପ୍ରଜ୍ୱଳନ କରି ଶୁଭ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ସ୍ଥାନୀୟ ସରପଂଚ ଙ୍କ ସମେତ ଅନ୍ୟାନ୍ୟ ଅତିଥି ବୃନ୍ଦ ଉପସ୍ଥିତ ଥିଲେ । ଏକ ସୁନ୍ଦର ସମାଜ ଗଢିତୋଳିବା ପାଇଁ ଶିକ୍ଷାର ଆବଶ୍ୟକତା ନିହାତି ଆବଶ୍ୟକ ମଣିଷ ତିଆରି କାରଖାନା ର କାରିଗର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ମଲ୍ଲିକ।