Odiapua.com

ନେହେରୁଙ୍କ ଜନ୍ମ ଜୟନ୍ତୀ ଅବସରରେ ଶିଶୁ ତରଙ୍ଗ ମହୋତ୍ସବ

ହରିଚନ୍ଦନପୁର, ତା ୧୪ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକରେ ଜିଲ୍ଲାର ଅଗ୍ରଣୀ ସ୍ଵଚ୍ଛାସେବୀ ଅନୁଷ୍ଠାନ ଆସ୍ପାୟାର ଓ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ମିଳିତ ଆୟୋଜନରେ ପଣ୍ଡିତ ଜବାହରଲାଲ୍ ନେହେରୁଙ୍କ ଜନ୍ମ ଜୟନ୍ତୀ ଅବସରରେ କରୋନା କଟକଣାକୁ ପାଳନ କରି ବୁଢାଖମଣ ପଞ୍ଚାୟତର ସୋମଗିରୀ ଗ୍ରାମରେ ଶିଶୁ ତରଙ୍ଗ ମହୋତ୍ସବ ଅନୁଷ୍ଠିତ ହୋଇଛି । ଶିକ୍ଷକ ବୈଲୋଚନ ମହାପାତ୍ର, ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ଉଝା, ଆଶା ସୁଚିତ୍ରା ମହାରଣା, ଅଙ୍ଗୱାଡ଼ି କର୍ମୀ ଲଳିତା ପଳେଇ, ସରପଞ୍ଚ ଦମୟନ୍ତୀ ଦେହୁରୀ, ଆସ୍ପାୟର ବ୍ଲକ ସଂଯୋଜକ ଗଦାଧର ମହାନ୍ତ ଉପସ୍ଥିତ ରହି ଉଦଘାଟନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରିଣୀ ଦେବାଙ୍ଗନା ବାରିକ ଯୋଗଦେଇ ପ୍ରତ୍ୟେକ ପିଲାଙ୍କୁ ବିଦ୍ୟାଳୟରେ ପାଠ ପଢ଼ାଇବା ସହିତ ଶିଶୁଙ୍କ ସୁରକ୍ଷା ପାଇଁ ସମସ୍ତେ କାର୍ଯ୍ୟ କରିବା ଏବଂ ଶିଶୁମାନଙ୍କ ପାଇଁ ଉପଲବ୍ଧ ଥିବା ସମସ୍ତ ସରକାରୀ ଯୋଜନା ବାବଦରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ଜାମୁଜୋଡି , ଜିରାଙ୍ଗ, ପିଠାଗୋଳା, ବୁଢାଖମଣ ପଞ୍ଚାୟତର କୁନି ଶିଶୁ କଳାକାରଙ୍କ ଦ୍ଵାରା ସାମାଜିକ ଭିତ୍ତିକ ଡ୍ରାମା, ନୃତ୍ୟ,ସଙ୍ଗୀତ ପରିବେଷଣ କରିଥିଲେ । ଏଥିସହ ବ୍ଲକରେ ବୁଢ଼ାଖମଣ ପଞ୍ଚାୟତର ସୋମଗିରୀ, ହରିଚନ୍ଦନପୁର ପଞ୍ଚାୟତର ହରିଡ଼ାଗୋଠ, ତେନ୍ତଳାପଶି, ଦୈତାରୀ ଠାରେ ଶିଶୁ ତରଙ୍ଗ ମହୋତ୍ସବ ପାଳିତ ହୋଇଯାଇଛି । ଶିଶୁଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତେ ଶପଥପାଠ କରିଥିଲେ । କାର୍ଯ୍ୟକ୍ରମଟିକୁ ରାଜୀବ ଲୋଚନ ମହାନ୍ତ ପରିଚାଳନା କରିଥିବା ବେଳେ କ୍ଲଷ୍ଟର ସଂଯୋଜକ ପ୍ରମୋଦ କୁମାର ସାହୁ, ବିଦ୍ୟୁତପ୍ରଭା ସେଠୀଙ୍କ ସମେତ କ୍ଲଷ୍ଟରର ସମସ୍ତ ସ୍ଵେଚ୍ଛାସେବୀ ଉପସ୍ଥିତ ରହିଥିଲେ ।