Odiapua.com

ନେତାଜୀ ସ୍ମାରକୀ ଯୁବ ପ୍ରତିଭା ସମ୍ମାନ ଉତ୍ସବ

ପୁରୀ, ୨୪/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉତ୍ସବ ଓ ନେତାଜୀ ସ୍ମାରକୀ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। ରାଜ୍ୟସଭା ସଦସ୍ୟ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ପଣ୍ଡିତ ବିଚିତ୍ରା ନନ୍ଦ ମିଶ୍ର, ଯୁବ ନେତା ଶୁଭାଷିଶ ଖୁଣ୍ଟିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ବୃକ୍ଷ ପ୍ରେମୀ ରମେଶ ଚନ୍ଦ୍ର ଦାଶ, ଯୁବ ପଣ୍ଡିତ ତପନ ପଣ୍ଡା, ଲଳିତଗିରିର ବୁଦ୍ଧିସ୍ଥ କର୍ମକର୍ତ୍ତା ସ୍ମୃତି ରଞ୍ଜନ ନାୟକ, ସମାଜ ସେବୀ ଖିରୋଦ ଛାଟୋଇ, କଣ୍ଠଶିଳ୍ପୀ ରୋଜାଲିନ ସେନାପତି, ଯୁବ ଆଇନ ଜୀବି ପ୍ରତିକ୍ଷା ଦାଶଙ୍କୁ ନେତାଜୀ ସ୍ମାରକୀ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହ ଦେବଦୀପାବଳୀ ଅବସରରେ କୋଭିଡ଼ ମୁକ୍ତ ବିଶ୍ୱ ପାଇଁ ୧ଲକ୍ଷ ଦୀପଦାନ ଓ ପ୍ରାର୍ଥନା ରେ ସହୋଯୋଗ କରିଥିବା ୨୫ ଜଣ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।