Odiapua.com

ନେତାଙ୍କ ପ୍ରଚାର, ପେଡ୍ ନ୍ୟୁଜ, ନିର୍ବାଚନ ଆଚରଣବିଧି ସଂପର୍କରେ ମାଲକାନଗିରି ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ମାଲକାନଗିରି, ୨୦ା୩ (ଓଡିଆ ପୁଅ) ବିଭିନ୍ନ ରାଜନୈତିକ ଦଳର ପ୍ରଚାର, ପେଡ୍ ନ୍ୟୁଜ, ଆଚରଣ ବିଧି ଓ ଗଣମାଧ୍ୟମର କର୍ତବ୍ୟ ସଂପର୍କରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଆଜି ସନ୍ଧ୍ୟା ରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ଅଧ୍ୟକ୍ଷତାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇ ଯାଇଛି। ନିର୍ବାଚନ କମିଶନର ଙ୍କ ନିର୍ଦ୍ଦେଶ କ୍ରମେ ଏପ୍ରିଲ ମାସ ୧୧ତାରିଖରେ ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁର ଲୋକସଭା ଆସନ ସହ ମାଲକାନଗିରି ଜିଲ୍ଲାର ମାଲକାନଗିରି ଓ ଚିତ୍ରକୋଣ୍ଡା ଦୁଇଟି ବିଧାନାସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଟିତ ହେବାକୁ ଯାଉଛି, ଏହି ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର, ସୋଭା ଯାତ୍ରା, ସଭାସମତି ଗୁଡିକ ବିନାଅନୁମତିରେ କରାଯାଇ ପାରିବ ନାହଁ, ନିର୍ବାଚନ ନେଇ ବୈଦ୍ୟୁତିକ, ଛାପା ଗଣମାଧ୍ୟମର ପେଡ୍ ନ୍ୟୁଜ ଉପରେ ଜିଲ୍ଲା ମିଡିଆ ସାର୍ଟିଫିକେସନ ଏଣ୍ଡ ମନିଟରିଂ କମିଟିର ଅନୁମତି ନେବାକୁ ପଡିବ, କୌଣସି ପ୍ରାର୍ଥୀ ନିର୍ବାଚନ ସଂକ୍ରାନ୍ତୀୟ ବିଜ୍ଞାପନ ପ୍ରକାଶ କରିବେ ତେବେ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସ୍ୱତନ୍ତ୍ର ଫର୍ମନେଇ ଆବେଦନ କରିବେ, କୌଣସି ରାଜନୈତିକ ଦଳ ମନଇଛା ଭାବେ ପ୍ରଚାର ଖର୍ଚକରି ପାରିବେ ନାହିଁ, ସେଥି ପାଇଁ ସ୍ୱତନ୍ତ୍ର ଭାବେ ଜିଲ୍ଲାନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଖାଦ୍ୟ, ସଭାସମତିର ମାଇକ, ଟେଟଂ, ଲେବର ଇତ୍ୟାଦି ଖର୍ଚର ଏକ ତାଲିକା ପ୍ରସ୍ତୁତୁ କରାଯାଇଛି। ସେହି ତାଲିକା ଅନୁସାରେ ପ୍ରତି ପ୍ରାର୍ଥୀ ମାନେ ନିର୍ବାଚନ ପାଇଁ ଖର୍ଚକରିପାରିବେ, ମନଇଛା ଭାବେ ହୁଡିଂ, ପ୍ରଚାର ପୋଷ୍ଟର ଲଗାଇ ପାରିବେନାହିଁ, କି ଭୋଜି ଭାତ ଓ ଟଙ୍କା ଲୋଭ ଦେଖାଇି ଭୋଟରମାନଙ୍କୁ ଆପାୟିତ କରିବା ଏକ ଦଣ୍ଡନିୟ ଅପରାଧ, ସମସ୍ତ ରାଜନୈତିକ ନେତା ଓ ପ୍ରାର୍ଥୀମାନେ ନିର୍ବାଚନ ଆଚରଣ ବିଧିକୁ ନ ମାନିଲେ ସରକାରି ନିୟମ ଅନୁସାରେ ସେମାନଙ୍କ ନାମରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀଅଗ୍ରଓ୍ୟାଲ ସୂଚନାଦେଇଛନ୍ତି। ମାଲକାନଗିରି ଜିଲ୍ଲାର ଦୁଇଟି ଯାକ ନିର୍ବାଚନ ମଣ୍ଡଳୀ ମାଓପ୍ରବଣ ହୋଇଥିବାରୁ ସ୍ୱତନ୍ତ୍ର ଭାବେ ବିଭିନ୍ନ ବୁଥରେ ପୁଲିସ କଡାସୁରକ୍ଷା ମଧ୍ୟରେ ନିର୍ବାଚନ କରାଯିବ, ଚିତ୍ରକୋଣ୍ଡା ସ୍ୱାଭିମାନଅଚଂଳ ପାଇଁ ସ୍ୱତନ୍ତ୍ର ଭାବେ ଦୁଇଟି ହେଲିକେପ୍ଟର ବ୍ୟବସ୍ଥା କରାଯାଇଛି, ଜିଲ୍ଲାରେ ୪୧୫୫୫୭ ଭୋଟର ଙ୍କ ମଧ୍ୟରୁ ପୁରୁଷ ଭୋଟର ୨୦୨୮୩୯ଜଣ, ମହିଳା ଭୋଟର ୨୧୨୬୯୮ ଜଣ ଓ ତୃତୀୟ ଲିଙ୍ଗ ଭୋଟର ୨୦ଜଣ ଅଛନ୍ତି। ଏହି ଭୋଟରଙ୍କ ମଧ୍ୟରୁ ୫୩୨୬ ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି। ଭିନ୍ନକ୍ଷମ ଓ ବରିଷ୍ଠନାଗରିକ ଭୋଟର ମାନଙ୍କ ପାଇଁ ବିଭିନ୍ନ ବୁଥରେ ରାମ୍ପ, ହୁଇଲ ଚେୟାର ସହ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଜିଲ୍ଲାରେ ୫୪୦ଟି ଭୋଟ କେନ୍ଦ୍ର ମଧ୍ୟରୁ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ୨୯୭ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ୨୪୩ ଟି ଭୋଟ କେନ୍ଦ୍ରରହିଛି। ଉଭୟ ନିର୍ବାଚନ ମଣ୍ଡଳୀରେ ୧୯୮ଟି ସମ୍ବେଦନଶୀଳ ଭୋଟକେନ୍ଦ୍ର ଚିହ୍ନଟ କରାଯାଇଛି।ଇତିମଧ୍ୟରେ ଇଭିଏମ ଓ ଭିଭିପାଟ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି।ଚଳିତ ସାଧାଣ ନିର୍ବାଚନରେ ଆଚରଣବିଧି ଉଲଙ୍ଘନ ନକରି ନିରପକ୍ଷ, ସ୍ୱଚ୍ଛ, ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ହେବା ପ୍ରତି ଗୁରତ୍ୱ ଦିଆ ଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଉପଜିଲ୍ଲାପାଳ ତଥା ରିଟର୍ନି ଅଫିସର ରାମେଶ୍ୱର ପ୍ରଧାନ, ତହସିଲଦାର ଗୁଣନିଧି ନାୟକ, ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର ଓ ଅନ୍ୟାନ ଅଧିକାରୀ ମାନଙ୍କ ସହିତ ଜିଲ୍ଲାସଦର ମହକୁମାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।