Odiapua.com

ନୂତନ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ନୟାଗଡ଼, ୧୮ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ଲକର ନୂତନ ଶିକ୍ଷାଧିକାରୀ ଭାବେ ନୀଳାମ୍ବର ତ୍ରୀପାଠି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତାଙ୍କୁ ନୟାଗଡ଼୍ ବ୍ଳକ ମିଳିତ ଶିକ୍ଷକ ସମନ୍ୱୟ ସମିତି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ବିଭିନ୍ନ ଶିକ୍ଷକ ସଂଘର ଶିକ୍ଷକନେତାଙ୍କ ସମେତ ଲକ୍ଷ୍ମୀଧର ସାହୁ, ଶେଖ୍ ଅବଦୁଲ୍ ଖାଲିକ୍ ପ୍ରମୁଖ ବିଇଓ ଶ୍ରୀ ତ୍ରିପାଠିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ।