Odiapua.com

ନୂତନ ବିଧାୟକ ଭାବେ ନିର୍ବାଚିତ ପରେ ଅଧରାଜ ପାଣିଗ୍ରାହୀଙ୍କ ଭୋଟରଙ୍କୁ ପ୍ରତିଶ୍ରୃତି

ଖଡିଆଳ/ନୂଆପଡା-୨୪.୦୫.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ)ଛାତ୍ର ଜୀବନରୁ ସଂଘର୍ଷ କରି କଂଗ୍ରେସ ଦଳ ରାଜନୀତିରେ ପାଦ ଦେଇ ଦୀର୍ଘବର୍ଷ ସଂଘର୍ଷ କଳାପରେ ଚଳିତ ୨୦୧୯ ସାଧାରଣ ନିର୍ବାଚନରେ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି ଯୁବ ପ୍ରତିଭା ଅଧିରାଜ ପାଣିଗ୍ରାହୀ। ଶ୍ରୀ ପାଣିଗ୍ରାହୀ କଂଗ୍ରେସ ଟିକଟରୁ ଗତ ୨୦୧୪ ରେ ଖଡିଆଳ ବିଧାୟକ ଭାବରେ ପ୍ରତିଦ୍ୱନ୍ଦିତା କରିଥିଲେ। କିନ୍ତୁ ବିଜେପି ପ୍ରାର୍ଥି ଦୁର୍ଯ୍ୟୋଧନ ମାଝୀ ଙ୍କ ଠାରୁ ପରାଜିତ ହୋଇଥିଲେ। ପରାଜିତ ହୋଇଥିଲେ ମଧ୍ୟ ସେ ଲୋକଙ୍କ ସହିତ ଅନବରତ ଯୋଡି ହୋଇ ରହିଥିଲେ। ଗ୍ରାମାଞ୍ଚଳରେ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ। ଲୋକମାନଙ୍କ ସହିତ ଅନବରତ ମିଶିବା ଓ ଦରକାର ବେଳେ ସେମାନଙ୍କୁ ଆର୍ଥିକ ସହେଯାଗ କରିବାକୁ ଭୋଟରମାନେ ଭୁଲିନଥିଲେ। ଏହାକୁ ପାଥେୟ କରି ଚଳିତ ନିର୍ବାଚନରେ ତାଙ୍କୁ ଭୋଟର ମାନେ ବିଜୟୀ କରିଛନ୍ତି। ବର୍ତ୍ତମାନ ସାରା ଦେଶରେ ମୋଦୀ ହାୱା ଓ ରାଜ୍ୟରେ ନବୀନ ପଟ୍ଟନାୟକ ଙ୍କ ହାୱା ଚାଳିଥିବା ବେଲେ ପୁଣି ସାରା ଦେଶ ଓ ରାଜ୍ୟରେ କଂଗ୍ରେସ ସଂମ୍ପୂର୍ଣ୍ଣ ଭୁଷୁଡି ପଡିଥିବା ବେଳେ ଜଣେ ଉଦୀୟମାନ ଯୁବକଙ୍କୁ କଂଗ୍ରେସ ଟିକେଟରେ ଖଡିଆଳ ନିର୍ବାଚ୍ଚନ ମଣ୍ଡଳୀ ର ଲୋକେ ଆସ୍ତାରଖି ଭୋଟ ଦେଇଥିବାରୁ ଓ ବିଧାୟକ କରିଥିବାରୁ ନିଶ୍ଚୟ ଖଡିଆଳ ନିର୍ବାଚନୀ ମଣ୍ଡଳୀ ପାଇଁ କାମ କରିବି ବୋଲି ଶ୍ରୀ ପାଣିଗ୍ରାହୀ ଆମ ପ୍ରତିନିଧିଠାରେ ପ୍ରକାଶ କରିଛନ୍ତି। ଖଡିଆଳ ନିର୍ବାଚନ ମଣ୍ଡଳୀ ଅଧିନରେ ବୋଡେନ, ସିନାପାଲି ଓ ଖଡିଆଳ ବ୍ଲକ ରହିଛି। ଏହି ତିନୋଟି ବ୍ଲକରେ ବିଜୁଳି, ପାଣି, ରାସ୍ତାଘାଟ ଓ ସ୍ୱାସ୍ଥ୍ୟ ସମସ୍ୟା ବହୁଳ ପରିମାଣରେ ରହିଛି। ୩ ଗୋଟି ବ୍ଲକର ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନାହାନ୍ତି। ଲୋକେ ସ୍ୱଛ ପାଣି ନମିଳିପାରୁଥିବାରୁ ଫ୍ଲୋରାଇଡ ପାଣି ସେବନ କରୁଛନ୍ତି। ପୁଣି ଖଡିଆଳ ନିର୍ବାଚନ ମଣ୍ଡଳିରେ ଦୁର୍ନିତି ଚରମ ସିମାରେ ପହଁଚି ଯାଇଛି। ବିଜୁଳି, ସ୍ୱାସ୍ଥ୍ୟ, ପାଣି, ରାସ୍ତାଘାଟ ସମସ୍ୟା ସମେତ ଦୁର୍ନିତିକୁ ମୁଳଉତ୍ପାଟନ କରିବା ଦିଗରେ ଚେଷ୍ଟା କରିବି ବୋଲି ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଥିଲେ। ଆଜି ତାଙ୍କ ବାସଭବନ ଠାରୁ ଏକ ବିରାଟ ର୍ୟାଲି ଖଡିଆଳ ସହର ପରିକ୍ରମା କରି ଲୋକଙ୍କ ଠାରୁ ଅର୍ଶିବାଦ ନେଇ କଂଗ୍ରେସ ଅଫିସ କୁ ଯାଇଥିଲା।