Odiapua.com

ନୂତନ ବନ୍ୟା ନିରୀକ୍ଷଣ କକ୍ଷ ଏବଂ ଅତିଥି ବିଶ୍ରାମଗାରର ଶୁଭ ଉଦ୍‌ଘାଟନ

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ପ୍ରତୀକ୍ଷିତ ଏବଂ ପୂର୍ବ ପ୍ରସ୍ତାବିତ ଭଦ୍ରକର ଗାନ୍ଧିଘାଟସ୍ଥ ଧୁଷୁରୀ ଜଳସେଚନ କାର୍ଯ୍ୟାଳୟ ଠାରେ ନୂତନ ବନ୍ୟା ନିରୀକ୍ଷଣ କକ୍ଷ ଓ ଅତିଥି ବିଶ୍ରାମଗାର ଭଦ୍ରକର ସାଂସଦ ମଂଜୁଲତା ମଣ୍ଡଳଙ୍କ କର କମଳରେ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ଜ୍ୟୋତିର୍ମୟ ରଥ, ମୁଖ୍ୟଯନ୍ତ୍ରୀ ଇଂ ଭକ୍ତଚରଣ ମହାନ୍ତି, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧାମନଗରର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ ଓ ଯାଜପୁର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଧନେଶ୍ୱର ସାମଲ ଯୋଗ ଦେଇଥିଲେ । ପ୍ରକାଶ ଥାଉକି ଧାମନଗର ପୂର୍ବତନ ବିଧାୟକ ଶ୍ରୀ ମଣ୍ଡଳ ୨୦୧୬ ରେ ଧାମନଗରର ବନ୍ୟା ବିଭୀଷିକାକୁ ହୃଦବୋଧ କରି ବନ୍ୟା ନିୟନ୍ତ୍ରଣ ନିମନ୍ତେ କୋଚିଳା ବ୍ୟାରେଜ ଭଳି ଅନେକ ଗୁଡିଏ ପ୍ରସ୍ତାବ ଦେଇଥିଲେ । ସେଥିମଧ୍ୟରୁ ତା ୦୯.୦୨.୧୬ ରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବୈତରଣୀର ବାମପାଶ୍ୱର୍ ବନ୍ଧର ସୁଦୃଢିକରଣ ସହ ଅନେକ ମୁଖ୍ୟ ପ୍ରକଳ୍ପ ଗୁଡିକର ଉଦ୍‌ଘାଟନ ଓ ଶିଳାନ୍ୟାସ ହୋଇଥିଲା । ଗାନ୍ଧିଘାଟ ଠାରେ ଗାନ୍ଧି ମନ୍ଦିର ଉଦ୍‌ଘାଟନୀ ଅବସରରେ ଓଡ଼ିଶାର ମାନ୍ୟବର ବାଚସ୍ପତି ଏବଂ ଅନ୍ୟାନ୍ୟ ବରେଣ୍ୟ ଅତିଥି ମାନଙ୍କ ଦ୍ୱାରା ତା ୧୮.୦୩.୧୮ ରିଖ ଦିନ ଏହି ବନ୍ୟା ନିରୀକ୍ଷଣ କକ୍ଷ ଓ ଅତିଥି ବିଶ୍ରାମଗାରର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ଆଜି ତାହା ଉଦ୍‌ଘାଟିତ ହେଲା । ଏହା ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଆଗାମୀ ଦିନରେ ମଧ୍ୟ ବହୁ ପ୍ରତୀକ୍ଷିତ ବହୁମୁଖୀ କୋଚିଳା ବ୍ୟାରେଜ ଖୁବ ଶୀଘ୍ର ପ୍ରତିଷ୍ଠା ହେବ ବୋଲି ସାଂସଦ ଓ ସର୍ବୋଚ୍ଚ ଯନ୍ତ୍ରୀ ପ୍ରକାଶ କରିଥିଲେ । ଏହି ବ୍ୟାରେଜ ପ୍ରତିଷ୍ଠା ଫଳରେ ଧାମନଗର ଓ ଭଦ୍ରକର ଅନେକ ଅଂଚଳରେ ଜଳସେଚିତ ହୋଇପାରିବ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରଘୁନାଥ ଲେଙ୍କା, ପ୍ରଦୀପ ମଲ୍ଲିକ, ହରେକୃଷ୍ଣ ପାଢୀ, ସୁଶାନ୍ତ କୁମାର ନାୟକ, ସାଂସଦଙ୍କ ପ୍ରତିନିଧି ନାରାୟଣ ଚନ୍ଦ୍ର ସାହୁ, ଉମେଶ ମହାନ୍ତି, ସୁରଥୀ ନାୟକ, ଭାରତ ବିଜୟ ଦଳେଇ, ଅଶ୍ୱିନୀ ସାମଲ, ସୁଶାନ୍ତ ପଣ୍ଡା, ଭାନୁ ପ୍ରକାଶ ପଲାଇ, ଶରତ ମହାନ୍ତି, ବିଦ୍ୟାଧର ରାଉତ, କୃଷ୍ଣଚନ୍ଦ୍ର ଜେନା, ସୁଶାନ୍ତ ରାଉତ, କିଷାନ ରାଉତ, ପ୍ରଦୀପ ମହାପାତ୍ର, ରଘୁନାଥ ପଣ୍ଡା, ପ୍ରଦୀପ କୁମାର ପଣ୍ଡା, କନିଷ୍ଠ ଯନ୍ତ୍ରୀ କିଶୋର ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ ।