ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ର ନୂଆ ତହସିଲଦାର ହେଲେ ସାଇ ଲୋକନାଥ ପ୍ରସାଦ ସେଠୀ। ଜଣେ ସାହିତ୍ି୍ୟକ, ଗାଳ୍ପିକ ଓ ସାମ୍ବାଦିକ ଭାବେ ଜଣାଶୁଣା ବ୍ୟକ୍ତିତ୍ୱ ସାଇଶ୍ରୀ। କଟକ ଶଙ୍କରପୁର ରେ ଜନ୍ମିତ ସାଇଶ୍ରୀ, ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତର ଶିକ୍ଷା ସମାପ୍ତ ପରେ ସାମ୍ବାଦିକତା ପଢ଼ିଥିଲେ। ଏହାପ ରେ ହାଇଦ୍ରାବାଦ, ବେଙ୍ଗଲୁରରୁ ଓ ଭୁବନେଶ୍ୱରରେ ବିଭିନ୍ନ ଇଂରାଜୀ ଖବରକାଗଜରେ ସହ ସଂପାଦକ ଓ ବାର୍ତା ସଂପାଦକ ଭାବେ କାର୍ଯ୍ୟ ସଂପାଦନ କରିଥିଲେ। ପ୍ରାୟ ୮ ବର୍ଷ ଧରି ସାମ୍ବାଦିକତା କରିବା ପରେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲେ। ୨୦୧୧ରେ ସେ ଓଡ଼ିଶା ରାଜସ୍ୱ ସେବାରେ ଯୋଗ ଦେଇଥିଲେ। କୋରାପୁଟର ଆସିଷ୍ଟାଂଟ କଲେକ୍ଟର, ପରଜଙ୍ଗ ର ସବ ରେଜିଷ୍ଟ୍ରାର, ଢେଙ୍କାନାଳର ଭୂ ଅଧିଗ୍ରହଣ ଅଧିକାରୀ ଭାବେ କାମ କରିଥିଲେ। ପରେ ପରେ ୨୦୨୩ରେ ଯାଜପୁର ଜିଲ୍ଲା ବରୀ, ୨୦୨୪ରେ ବାଲେଶ୍ୱର ବାଲିଆପାଳର ତହସିଲଦାର ନିଯୁକ୍ତ ହୋଇଥିଲେ। ଓଡ଼ିଶାସରକାରରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଧାମନଗର ତହସିଲଦାର ଭାବେ ଯୋଗ ଦେବାକୁ ଚିଠି ହୋଇଛି।ତେବେ ନୂଆ ତହସିଲଦାର ଭାବେ ଶ୍ରୀ ସେଠୀଙ୍କୁ ଧାମନଗରରେ କାର୍ଯ୍ୟକରିବାକୁ ଚାଲେଞ୍ଜ ରହିବ। ୩୧ ପଂଚାୟତକୁ ନେଇ ବ୍ଲକ ଗଠିତ। ବିଭିନ୍ନ ସମୟରେ ଏଠାରେ ୨ ଗୋଷ୍ଟି ମଧ୍ୟରେ ସଂଘର୍ଷଦେଖାଦେଇଥାଏ। ତେଣୁ ଏଠାରେ ମାଜିଷ୍ଟ୍ରେଟ ଭୂମିକାରେ ରହି ପରିସ୍ଥିତିକୁ ଶାନ୍ତ କରାଇବା। ପ୍ରତ୍ୟକ ଦୀନ ବୈତରଣୀ, ଗେଙ୍ଗୁଟି ଓ କୁଚିଳା ନଦୀରୁ ସହ ସହ ଟ୍ରକ, ଟ୍ରାକ୍ଟର ଲାଗଇ ମାଫିଆ ମାନେ ବାଲି ଓ ମାଟି ଚୋରି କରିନେଇଛନ୍ତି। ତାଙ୍କ ପାଇଁ ଏହା ରୋକିବା ମୁଖ୍ୟ ଚାଲେଞ୍ଜ ରହିବ। ତାହା ଛଡା ପ୍ରତ୍ୟେକ ଦିନ ତହସିଲରେ ସହ ସହ ଜାତିଗତ, ରେସିଡେଂଟ ଓ ଇନକମ ପ୍ରମାଣପତ୍ର ପ୍ରଦାନ ସାଙ୍ଗକୁ ତହସିଲ ଅଧିନରେ ୮ ଟି ରୁ ୭ ଟି ନୂଆଁରାଜସ୍ୱ ଗାଁ ହେବ। ଏଥିପାଇଁ କବଲା ମୂଳେ ପଟା, ବାସିନ୍ଦା ସାଠିପିକେଟ, କିସମ ପରିବର୍ତନ ଉପରେ ରୋକ୍ ଲାଗିଛି। ୨୦୧୨ ମସିହାରେ ତତ୍କାଳୀନ ଉପଜିଲ୍ଲାପାଳ ଏହି ନିର୍ଦେଶ ଦେଇଥିଲେ। ଦୀର୍ଘ ୧୩ ବର୍ଷ ହୋଇଗଲା। ଏହି କାର୍ଯ୍ୟ ଆଗେଇ ପାରିଲା ନାହିଁ। ତେଣୁ ଲୋକମାନେ ହଇରାଣ ହେଉଛନ୍ତି। ନକ୍ସା, ପ୍ଲଟ ଓ ଖାତାଦାର ବଦଳିଲେ ଯାଇ ସମାଧାନ ହେବ। ଏଣୁ ନୂଆଁ ତହସିଲଦାରଙ୍କ ପାଇଁ ଇଏ ଗୋଟେ ଚାଲେଞ୍ଜ ରହିବ।