Odiapua.com

ନୂତନ କଲ୍ୟାଣ ମଣ୍ଡପ ଉଦଘାଟନ କଲେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ

ହରିଚନ୍ଦନପୁର,ତା ୨୬ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳ ବଜାରରେ ଟାଟା କମ୍ପନୀ ଦ୍ୱାରା ନିର୍ମିତ ଏକ ନୂତନ କଲ୍ୟାଣ ମଣ୍ଡପକୁ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଉଦଘାଟନ କରିଛନ୍ତି । ବ୍ରାହ୍ମଣୀପାଳ ଠାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ତାରିଣୀ ବଣିକ ସଂଘ ତରଫରୁ ଦିର୍ଘଦିନ ଧରି ଦାବି ହୋଇ ଆସୁଥିଲା । ତେବେ ଟାଟା କମ୍ପାନୀ ଦ୍ୱାର ଏହି ଦାବିକୁ ପୂରଣ କରାଯିବା ସହ ୨୩ ଲକ୍ଷଟଙ୍କା ବ୍ୟୟରେ ଏକ ଅତ୍ୟଧୁନିକ କଲ୍ୟାଣମଣ୍ଡପ ନିର୍ମାଣ ହୋଇଛି । ଏହି ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭବେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଯୋଗ ଦେଇଥିବା ବେଳେ ଟିଏସଆରଡିଏସର ହେଡ ଦେବାଜ୍ଞନ ମୁଖାର୍ଜି ଓ ବ୍ରାହ୍ମଣୀପାଳ ଟାଟାଷ୍ଟିଲର ଆଡମିନ ହେଡ ଗୌତମ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇଥିଲେ ।