Odiapua.com

ନୂତନ ଆକ୍ରାନ୍ତଙ୍କୁ ନେଇ ଜିଲ୍ଲାରେ ମୋଟ ସଂଖ୍ୟା ୨୩୨ : ସୁସ୍ଥ ୨୨୦, ଆକ୍ଟିଭ ୧୨

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଳାରେ ନୂତନ ଆକ୍ରାନ୍ତ ୪ଜଣଙ୍କୁ ମିଶାଇ ମୋଟ ସଂଖ୍ୟା ୨୩୨ ହୋଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ପହଞ୍ଚିଛି ୨୨୦ରେ । ମାତ୍ର ୧୨ଜଣ ଏବେ ଆକ୍ରାନ୍ତ ଭାବେ ଚିକିତ୍ସାଧୀନ ରହିଛନ୍ତି । ନୂତନ ଭାବେ ଚିହ୍ନଟ ଆକ୍ରାନ୍ତ ୩ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ଜଣେ ଲୋକାଲ କଣ୍ଟାକ୍ଟ । ଏମାନଙ୍କ ମଧ୍ୟରୁ ୩ଜଣ ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତର ବିଜୟଗୋବିନ୍ଦ ହାଇସ୍କୁଲର କ୍ୱାରେଣ୍ଟାଇନ ସେଣ୍ଟରର ଅନ୍ତେବାସୀ । ସେମାନେ ସମସ୍ତେ ନୂଆଦିଲ୍ଲୀରୁ ଆସିଥିଲେ । ଲୋକାଲ କଣ୍ଟାକ୍ଟ ଭାବେ ଚିହ୍ନଟ ଜଣଙ୍କ ଭଦ୍ରକ ବ୍ଲକ ଦୈସିଂ ପଞ୍ଚାୟତର ବରପଦା ଅଞ୍ଚଳର । ଚିହ୍ନଟ ପରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ବିଜୟ ଗୋବିନ୍ଦ ହାଇସ୍କୁଲକୁ କଣ୍ଟେନମେଣ୍ଟଜୋନ ଓ କୁରିଗାଁ ପଞ୍ଚାୟତ ବଫରଜୋନ ଏବଂ ଦୈସିଂ ପଞ୍ଚାୟତ ବଫରଜୋନ ଓ ବରପଦା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ।