ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଆଜି ନୂତନ ଭାବେ କରୋନା ଆକ୍ରାନ୍ତ ୨ଜଣ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ପହଞ୍ଚିଛି ୨୯୬ରେ । ଏମାନଙ୍କ ମଧ୍ୟରୁ ମୋଟ ସୁସ୍ଥ ହୋଇସାରିଛନ୍ତିି ୨୭୧ଜଣ । ଏବେ ଆକ୍ଟିଭ ଆକ୍ରାନ୍ତ ୨୪ଜଣ ଚିକିତ୍ସାଧୀନ ରହିଛନ୍ତି । ମୋଟ ୧୨ ହଜାର ୧୮୫ ସାମ୍ପୁଲ ଟେଷ୍ଟ ସରିଛି । ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଓ ବଫରଜୋନ ଘୋଷଣା କରାଯାଇଛି । ଚିହ୍ନଟ ଆକ୍ରାନ୍ତ ୨ ଜଣରୁ ଜଣେ ଭଦ୍ରକ ପୌରପାଳିକାର ୧୪ ନଂ ୱାର୍ଡର ହୋଇଥିବା ବେଳେ ଜଣେ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର । ପୌରପାଳିକାରୁ ଚିହ୍ନଟ ହେବା ପରେ ୧୪ ନଂ ୱାର୍ଡକୁ କଣ୍ଟେନମେଣ୍ଟଜୋନ ଓ ୧୯ ନଂ ୱାର୍ଡକୁ ବଫରଜୋନ କରାଯାଇଛି । ସେହିପରି ଭଣ୍ଡାରିପୋଖରୀ ବ୍ଲକର ଚିଙ୍ଗୁଡିପୁର ହାଇସ୍କୁଲକୁ କଣ୍ଟେନମେଣ୍ଟଜୋନ ଓ ବିଷ୍ଣୁପୁର ପଞ୍ଚାୟତକୁ ବଫରଜୋନ ଘୋଷଣା କରାଯାଇଛି । ଏହା ବ୍ୟତୀତ ବାସୁଦେବପୁର ବ୍ଳକର କରଞ୍ଜଆଡିଆ ହାଇସ୍କୁଲ ଓ ଭଦ୍ରକ ପୌରପାଳିକାର ୬ ନଂ ୱାର୍ଡ ସ୍ଥିତ ରାତ୍ର କାଳୀନ ଆଶ୍ରୟସ୍ଥଳୀକୁ କଣ୍ଟେନମେଣ୍ଟ ଓ ବାସୁଦେବପୁରର ନାଇକାଣିଡିହି ପଞ୍ଚାୟତ ଏବଂ ଭଦ୍ରକ ପୌରପାଳିକାର ୬ ନଂ ୱାର୍ଡକୁ ବଫରଜୋନ କଟକଣାରୁ ମୁକ୍ତ କରାଯାଇଛି ।