Odiapua.com

ନୂଆ ସରକାର ଗଠନ ଦିନ କାଳିଆ ଯୋଜନା ଟଙ୍କା ମିଳିବ

ନୟାଗଡ଼, ୯ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ବିଜେଡି ପ୍ରାର୍ଥୀ ଡ.ଅରୁଣ କୁମାର ସାହୁ ପ୍ରଚାର ଆରମ୍ଭ କରିଦେଇଥିବାବେଳେ ନବୀନ ସରକାର ଯେଉଁଦିନ ଶପଥ ପାଠ କରିବ ସେହିଦିନ କାଳିଆ ଯୋଜନା ଟଙ୍କା ସମସ୍ତ ହିତାଧିକାରୀଙ୍କ ନିକଟକୁ ଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ଶ୍ରୀ ସାହୁ ଓଡ଼ଗାଁ ବ୍ଳକର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରିବା ସହ ବିଭିନ୍ନ ଗ୍ରାମ ବୁଲି ପ୍ରଚାର ଅଭିଯାନ ଚଳାଇ ଭୋଟ ଭିକ୍ଷା କରିଛନ୍ତି। ସେ ନୟାଗଡ଼ ମ୍ୟୁନିଟିପାଲିଟିର ପୂର୍ତ୍ତ ବିଭାଗ ଲେନଠାରୁ ପ୍ରଚାର ବାହାର କରି ନୟାଗଡ଼ ବ୍ଳକର ବନମାଳିପୁର, ପୁରୁଣା ବିଜିପୁର, ନୂଆ ବିଜିପୁର, ଗୋପାଳପୁର, ଶ୍ୟାମଘନପୁର, ଜହ୍ନିପଦା, ମର୍ଦ୍ଦରାଜପୁର, ବରକୋଳିପାଟଣା, ବାଘରା ତଳସାହି, ଉପରସାହି, ପାଣ୍ଡେରିପାଟଣା ଆଦି ଗାଁ ବୁଲି ପ୍ରଚାର କରିଥିଲେ। ନବୀନ ସରକାର କରିଥିବା ବିଭିନ୍ନ ବିକାଶମୂଳକ ଯୋଜନା ଉପରେ ଲୋକମାନଙ୍କୁ କହିବା ସହ ଅଧିକରୁ ଅଧିକ ବିକାଶ ପଥରେ ଆଗେଇ ନେବାପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। ବିଜେଡିକୁ ଆର୍ଶୀବାଦ କରି ୫ମ ଥର ପାଇଁ ନବୀନ ସରକାରକୁ ବିଜୟ ଲାଭ କରାଇ ଏକ ନୂଆ ଇଚ୍ଛିହାସ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ। ସେହିପରି ପରବର୍ତ୍ତୀ ସମୟରେ ଡ.ଅରୁଣ କୁମାର ସାହୁ ନୟାଗଡ଼ ମ୍ୟୁନିସିପାଲିଟିର ୧୨ ନଂ ୱାର୍ଡ଼ରୁ ପ୍ରଚାର ଆରମ୍ଭ କରି ଆନନ୍ଦାପଲ୍ଲୀ, ଖବରପଟି, କେସ୍ତପଡ଼ା, ନୋତର, ଟାଙ୍ଗିପାଟଣା, ନନ୍ଦିଘୋର, ସାମନ୍ତରାପୁର, ଚନ୍ଦ୍ରଶେଖରପୁର, ଦେଉଳି, ଗୁପ୍ତପଲ୍ଲୀ, ଗୋଡ଼ିଆଳୀ ଓ ଷଠିଆପଲ୍ଳୀ ଆଦି ଗ୍ରାମ ବୁଲି ଭୋଟ ପ୍ରଚାର କରିଥିଲେ। ଏଥିରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ଛାତ୍ର, କୃଷକ, ବରିଷ୍ଠ କର୍ମୀ ଓ ଶୁଭେଚ୍ଛୁ ଯୋଗଦେଇ ଶ୍ରୀ ସାହୁଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା।